ଅଲିବାଗରେ ୧୯କୋଟି ଦେଇ ୮ଏକର ଜମି କିଣିଲେ ବିରୁଷ୍କା, ତିଆରି ହେବ ଫାର୍ମହାଉସ୍

ମୁମ୍ବାଇ: ଦିଗ୍ଗଜ କଣ୍ଠଶିଳ୍ପୀ କିଶୋର କୁମାରଙ୍କ ବଙ୍ଗଳାକୁ ରେସ୍ତୋରାଁ କରିବା ପାଇଁ ଲିଜରେ ନେବା ପରେ ଏବେ ଫାର୍ମହାଉସ୍ ପାଇଁ ଜମି କିଣିଲେ ଷ୍ଟାର ଦମ୍ପତ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଅଲିବାଗରେ ଦୁହେଁ ୧୯କୋଟି ଦେଇ ଜମି କିଣିଥିବା ଜଣାପଡ଼ିଛି। ଏହି ଅଞ୍ଚଳରେ ବଲିଉଡର ଅନ୍ୟ କଳାକାରଙ୍କ ଫାର୍ମହାଉସ ଥିବା ବେଳେ ଏବେ ସେମାନଙ୍କ ପଡୋଶୀ ବନିବାକୁ ଯାଉଛନ୍ତି ବିରୁଷ୍କା।

ଇଟାଇମ୍ସ ରିପୋର୍ଟ ଅନୁଯାୟୀ, ଅନୁଷ୍କା-ବିରାଟ ଗଣେଶ ଚତୁର୍ଥୀର ଶୁଭ ଅବସରରେ ଅଲିବାଗରେ ଜମି କିଣିଛନ୍ତି। ଏହି ବିଳାସପୂର୍ଣ୍ଣ ଫାର୍ମହାଉସ ଅଲିବାଗସ୍ଥିତ ଜିରାଦ ଗ୍ରାମ ନିକଟ ୮ଏକର ଜମିରେ ନିର୍ମାଣ ହେବ। ଅନୁଷ୍କା ଏବଂ ବିରାଟ ଏହି ଜମି ପାଇଁ ୧୯.୨୪ କୋଟି ଖର୍ଚ୍ଚ କରିଛନ୍ତି। ଏହି ସ୍ଥାନ ପାଇଁ ୧ କୋଟି ୧୫ଲକ୍ଷର ଡିପୋଜିଟ ସରକାରୀ ଟ୍ରେଜେରୀରେ ଜମା କରାଯାଇଥିବା ବେଳେ ବିରାଟଙ୍କ ଭାଇ ବିକାଶ କୋହଲି ଗଣେଶ ଚତୁର୍ଥୀର ଗୋଟିଏ ଦିନ ପୂର୍ବରୁ ଡିଲ୍ ଫାଇନାଲ କରିଥିବା ଜଣାପଡ଼ିଛି।

୬ମାସ ତଳେ ବିରାଟ-ଅନୁଷ୍କା ଏହି ଜମି କିଣିବା ପାଇଁ ସ୍ଥିର କରିଥିଲେ। ଫାର୍ମ ହାଉସ ପାଇଁ ଜମି କିଣିବା ସହ ବିରାଟ ଦିଗ୍ଗଜ କଣ୍ଠଶିଳ୍ପୀ କିଶୋର କୁମାରଙ୍କ ଜୁହୁସ୍ଥିତ ବଙ୍ଗଳାର ଏକ ବଡ଼ ଭାଗକୁ ଲିଜରେ ନେଇଛନ୍ତି। ୫ବର୍ଷ ପାଇଁ ବିରାଟ ବଙ୍ଗଳାକୁ ଲିଜରେ ନେଇଥିବା ବେଳେ ସେଠାରେ ସେ ଏକ ରେସ୍ତୋରାଁ ଖୋଲିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର