ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଡିସେମ୍ବର ୧୧, ୨୦୧୭ରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଥିଲେ। ୨୦୨୪ ମସିହାରେ, ଏହି ଦମ୍ପତିଙ୍କ ବିବାହକୁ ୭ ବର୍ଷ ହୋଇସାରିଛି। ଏହି ଦମ୍ପତିଙ୍କ ଦୁଇଟି ସନ୍ତାନ; ଝିଅ ଭାମିକା ଏବଂ ପୁଅ ଅକାୟଙ୍କ ମାତାପିତା ହୋଇସାରିଛନ୍ତି। ସୁଖୀ ବୈବାହିକ ଜୀବନ ଉପଭୋଗ କରୁଥିବା ଅନୁଷ୍କା ଶର୍ମା ବିରାଟ କୋହଲିଙ୍କୁ ଡେଟ୍ କରିବା ପୂର୍ବରୁ ଅନ୍ୟ ଜଣେ ଭାରତୀୟ କ୍ରିକେଟରଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ବୋଲି ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମ ମୁତାବକ, ବିରାଟଙ୍କ ପୂର୍ବରୁ ଅନୁଷ୍କା, କ୍ରିକେଟର ସୁରେଶ ରାଇନାଙ୍କୁ ଡେଟ୍ କରୁଥିଲେ। ଦୁହେଁ ଅଧିକାରୀକ ଭାବେ ଏହାର ଘୋଷଣା କରିନଥିଲେ ବି ବିବାହ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଯେତେବେଳେ ସୁରେଶ 'ଆପ କି ଅଦାଲତ'କୁ ଆସିଥିଲେ, ତାଙ୍କୁ ଅଭିନେତ୍ରୀଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ପଚରାଯାଇଥିଲା। ପ୍ରଶ୍ନ ଶୁଣି କିଛି ଉତ୍ତର ଦେଇନଥିଲେ ବି ଲାଜେଇ ଯାଇଥିଲେ ସୁରେଶ। ଏହ ପରେ ଦୁହେଁ ପ୍ରେମ ସମ୍ପର୍କରେ ଥିବାର ଚର୍ଚ୍ଚା ଆହୁରି ବଢ଼ିଥିଲା। ହେଲେ କିଛି ମାସ ପରେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ିଯାଇଥିଲେ।
ବଲିଉଡର କ୍ରୀଡା ଜଗତ ସହିତ ନିବିଡ଼ ସମ୍ପର୍କ ରହିଆସିଛି। ଅନେକ ବି-ଟାଉନ ଅଭିନେତ୍ରୀ ପ୍ରସିଦ୍ଧ କ୍ରିକେଟରଙ୍କୁ ବିବାହ କରିଛନ୍ତି। ଏହି ତାଲିକାରେ ଶର୍ମିଲା ଟାଗୋରଙ୍କଠାରୁ ଅନୁଷ୍କା ଶର୍ମାଙ୍କ ପର୍ଯ୍ୟନ୍ତ ସମସ୍ତେ ଅଛନ୍ତି। ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି କିଛି ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ବିବାହ କରିଥିଲେ। ଦୁହେଁ ସମ୍ପର୍କରେ ଆସିବା ପୂର୍ବରୁ, ସେମାନଙ୍କ ନାମ ଅନେକ ସେଲିବ୍ରିଟିଙ୍କ ସହିତ ଯୋଡା ଯାଇଥିଲା।