ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବିଶ୍ୱ ଦରବାରରେ ନିଜର ପରିଚିତ କରିସାରିଲେଣି। ନିକଟରେ ଅଭିନେତ୍ରୀ ଅନୁଷ୍କାଙ୍କ ନାମ ଫୋବର୍ସ ବୁକ୍ର ‘ ଟପ୍ ୩୦ ଜଣଙ୍କ ଭିତରେ ୩୦ ଏସିଆ ୨୦୧୮’ର ତାଲିକାରେ ସାମିଲ୍ ହୋଇଛି। ଏବେ ଅଭିନେତ୍ରୀ ଅନୁଷ୍କା ଶର୍ମା ଅନ୍ୟ ଏକ ଉପଲବ୍ଧି ମଧ୍ୟ ହାସଲ କରିଛନ୍ତ । ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ‘ମ୍ୟାଡାମ୍ ତୁସାଦ ମ୍ୟୁଜିୟମ୍’ରେ ଏମିତି ଏକ ମୂର୍ତ୍ତିକୁ ସ୍ଥାପିତ କରାଯିବ,ଯିଏ କି କଥା ମଧ୍ୟ କହିବ!
ସୂଚନା ଅନୁଯାୟୀ, ମ୍ୟାଡାମ୍ ତୁସାଦ ମ୍ୟୁଜିୟମରେ ପ୍ରଥମଥର ଅଭିନେତ୍ରୀ ଅନୁଷ୍କାଙ୍କର ଏମିତିଏକ ମହମର ମୂର୍ତ୍ତିକୁ ସ୍ଥାପନ କରାଯାଉଛି,ଯାହାକି କଥା କହିବ।ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏଇଆ ଯେ, ଅଭିନେତ୍ରୀ ଅନୁଷ୍କା ର୍ଶମା ହେଉଛନ୍ତି ପ୍ରଥମ ବଲିଉଡ୍ ଅଭିନେତ୍ରୀ,ଯାହାଙ୍କର କି ଏମିତି ଏକ ବିରଳ ମୂର୍ତ୍ତି ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପିତ ହେବ।ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ,ତାହା ହାତରେ ଏକ ଫୋନ୍ ବି ରହିବ, ଯାହାକି ଅସଲି ଫୋନ୍ ଓ ଲୋକେ ଏହି ମୂର୍ତ୍ତି ସହିତ ନିଜର ସେଲ୍ଫି ମଧ୍ୟ ନେଇପାରିବେ । ହେଲେ ଯେଉଁ ବ୍ୟକ୍ତି ଏହି ଫୋନ୍କୁ ହାତ ମାରିବାକୁ ଚେଷ୍ଟା କରିବେ, ଅନୁଷ୍କାଙ୍କର ଏହି ମୂର୍ତ୍ତିଟି ତାଙ୍କ ସହିତ କଥାବାର୍ତ୍ତା କରିବେ।
ମ୍ୟାଡାମ୍ ତୁସାଦର ଜେନେରାଲ୍ ମ୍ୟାନେଜର୍ ଏଲେକ୍ସ ବାର୍ଡ କହିଛନ୍ତି କି,‘ଆମେ ଅନୁଷ୍କା ଶର୍ମାଙ୍କ ସହିତ କାମ କରିବାକୁ ନେଇ ବହୁତ ଉତ୍ସାହିତ ଅଛୁ।ଏଠାକୁ ବହୁତ ପରିବାର ଭ୍ରମଣ କରିବାକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଭାରତର ଯୁବକ-ଯୁବତୀ ମଧ୍ୟ ଅଛନ୍ତି। ତେଣୁ ଆମକୁ ଅନୁଷ୍କା ଶର୍ମାଙ୍କର ଏହି କଥାକୁହା ମୂର୍ତ୍ତି ସାହାଯ୍ୟରେ ସେହି ଦର୍ଶକଙ୍କୁ ଆକର୍ଷିତ କରିବାର ଅଲଗା ଏକ ସୁଯୋଗ ମିଳିବ।’