ମୁମ୍ବାଇ: ବିରାଟ କୋହଲିଙ୍କ ସହ ବିବାହ ପରେ ଜୋରଦାର ଚର୍ଚ୍ଚାରେ ଆସିବା ସହ ସୋସିଆଲ ମିଡ଼ିଆରେ କେନ୍ଦ୍ରବିନ୍ଦୁ ପାଲଟିଥିଲେ ଅନୁଷ୍କା । ବର୍ତ୍ତମାନ ଆଉ ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ଅନୁଷ୍କା ।ବିରାଟ କିମ୍ବା ବିବାହ ପାଇଁ ନୁହଁ, ବରଂ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୁଇଧାଗେ’ର ଫାଷ୍ଟ୍‍ ଲୁକ ପାଇଁ । ଏହି ଫଟୋରେ ଅନୁଷ୍କା ଛୁଞ୍ଚି ସୂତା ଧରି ସିଲେଇ କରୁଥିବାର ଦେଖାଯାଇଛନ୍ତି ।

Advertisment

ଅନୁଷ୍କା ଫଟୋ ସହ ହିନ୍ଦୀରେ କ୍ୟାପସନ ଲେଖିଛନ୍ତି , ‘କତରଣ ସେ ବୁନି କାହାଣୀ , ପାବନ୍ଧ ଳଗା କେ ହୈ ସୁନାନୀ- ସୁଇଧାଗା’ । ଏହି ଫଟୋରେ ସେ ଅତି ସାଧାରଣ ପୋଷାକ ପରିଧାନ କରିଥିବାର ଦେଖାଯାଇଛନ୍ତି । ୟଶରାଜ ଫିଲ୍ମ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ଅନୁଷ୍କା ସିଲେଇ ଶିଖିବା ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବରୁ ଏହି ଚଳଚ୍ଚିତ୍ରର ଅନ୍ୟ ଏକ ଫଟୋ ସୋସିଆଲ ମିଡ଼ିଆକୁ ଆସିଥିଲା ଯେଉଁଥିରେ ବରୁଣ ଧାଓ୍ଵନ ସିଲେଇ ମେସିନ ଧରିଥିବା ଦେଖାଯାଇଥିଲେ । ଅନୁଷ୍କା ଚଳିତ ଜାନୁଆରିରୁ ପୁଣି ଥରେ ଫୁଲ ଦମରେ କାମ ଆରମ୍ଭ କରିଛନ୍ତି । ‘ସୁଇଧାଗେ’ ଆସନ୍ତା ଗାନ୍ଧୀ ଜୟନ୍ତୀରେ ରିଲିଜ ହେବାକୁ ଯାଉଛି। ବର୍ତ୍ତମାନ‘ସୁଇଧାଗେ’ ସହ ‘ଜିରୋ’ ଏବଂ ‘ପରୀ’ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ରହିଛନ୍ତି ଅନୁଷ୍କା ଶର୍ମା ।