ମୁମ୍ବାଇ: ଦୀର୍ଘଦିନ ରିଲେସନ୍‌ସିପ୍‌ରେ ରହିବା ପରେ ଶେଷରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏହି ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହେଁ ଭାରତୀୟ ଗଣମାଧ୍ୟମରୁ ଦୁରେଇ ରହି ଇଟାଲିର ମିଲାନ ସହରେ ବିବାହ କରିଥିଲେ। ବିବାହ ପରେ ଅନୁଷ୍କାଙ୍କ ଏକ ‘ବାଥରୁମ୍‌ ଭିଡିଓ’ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Advertisment

publive-image

ଭାଇରାଲ ସୃଷ୍ଟି କରିଥିବା ଭିଡିଓରେ ଅନୁଷ୍କା ବାଥରୁମ୍‌ ଖୁସିରେ ନୃତ୍ୟ କରୁଥିବାର ନଜର ଆସୁଛନ୍ତି। ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ, ଏହି ଭିଡିଓ ଅନୁଷ୍କାଙ୍କ ବ୍ୟକ୍ତିଗତ ଭିଡିଓ ନୁହେଁ ଏହା ତାଙ୍କର ଏକ ବିଜ୍ଞାପନର ଭିଡିଓ ବୋଲି ଜଣାପଡ଼ିଛି।

publive-image

ଏକ ସାନିଟାରି ଫିଟିଙ୍ଗସ୍ କମ୍ପାନିର ବିଜ୍ଞାପନ ପାଇଁ ପ୍ରସ୍ତୁତ ହୋଇଥିବା ଏହି ଭିଡିଓରେ ଅନୁଷ୍କା ଏକାକି ନଜର ଆସୁଛନ୍ତି। ତାଙ୍କ ସହିତ ସ୍ୱାମୀ କୋହଲି ନଜର ଆସୁ ନାହାନ୍ତି। ଅନୁଷ୍କା ଏହି କମ୍ପାନିର ବ୍ରାଣ୍ଡଆମ୍ବାସଡର ଅଛନ୍ତି। ଏହି ଭିଡିଓରେ ଅନୁଷ୍କା ତାଙ୍କର ଏକ କୁକୁରକୁ ଦୌଡ଼ାଇ ଦୌଡ଼ାଇ ପଡୋଶୀ ଘରେ ଯାଇ ପହଞ୍ଚୁଛନ୍ତି। ଯେଉଁଠାରେ ବିଳାସପୂର୍ଣ୍ଣ ବାଥରୁମ୍‌ ଦେଖି ସେ ଖୁସିରେ ନାଚି ଉଠୁଛନ୍ତି।