ନୂଆଦିଲ୍ଲୀ: ‘ବାହୁବଳୀ’ ସିନେମାରେ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ କେମେଷ୍ଟ୍ରି ଓ ଅଭିନୟ ଦର୍ଶକଙ୍କୁ ବହୁ ପସନ୍ଦ ଆସିଥିଲା। ତେବେ ‘ବାହୁବଳୀ’ ସିନେମା ପରେ ଅନୁଷ୍କା ଓ ପ୍ରଭାସଙ୍କ ଲୁଚାଛୁପା ପ୍ରେମ ଚାଲିଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। କେବଳ ଏତିକି ନୁହେଁ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ବି ଖବର ପ୍ରକାଶ ପାଇଥିଲା। ତେବେ ଏହି ସବୁ କଥା ଉପରେ ଅନୁଷ୍କା ବିରାମ ଲାଗାଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଅନୁଷ୍କା କହିଛନ୍ତି, ‘ପ୍ରଭାସ ମୋର ଜଣେ ଭଲ ସାଙ୍ଗ। ଆମ ମଧ୍ୟରେ ବନ୍ଧୁତା ଛଡ଼ା ଅନ୍ୟ କିଛି ସମ୍ପର୍କ ନାହିଁ। ଆମେ ଦୁହେଁ ବିବାହ କରିବା କଥା ଗଣମାଧ୍ୟମରେ ମିଥ୍ୟା ଭାବେ ପ୍ରଚାର କରାଯାଉଛି। ମୋର ଯେତେବେଳେ ବିବାହ ହେବ ଆପଣଙ୍କୁ ନିଶ୍ଚୟ ଜଣାଇବି।’
ଅନୁଷ୍କା ଏବେ ନିଜର ଆଗାମୀ ସିନେମା ‘ଭାଗାମାଥି’ ପ୍ରମୋସନ୍ ପାଇଁ ବ୍ୟସ୍ତ ଅଛନ୍ତି। ତାଙ୍କର ଏହି ସିନେମା ଜାନୁଆରି ୨୬ରେ ମୁକ୍ତିଲାଭ କରିବ।
କିଛିଦିନ ହେବ ଶୁଣିବାକୁ ମିଳିଥିଲା ଅନୁଷ୍କା ଓ ପ୍ରଭାସଙ୍କ ନିର୍ବନ୍ଧ ହେବାକୁ ଯାଉଛି। ନିକଟରେ ଏକ େଓ୍ଵବ ପୋଟାଲରେ ଦେଇଥିବା ସାକ୍ଷାତକାରରେ ପ୍ରଭାସ କହିଥିଲେ, ‘ମୋତେ ମୋର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଆଲୋଚନା କରିବା ଆଦୌ ପସନ୍ଦ ନୁହେଁ। ଅନେକ ଲୋକ ମୋତେ ପଚାରି ଥାଆନ୍ତି ମୋର କାହା ସହିତ ଆଫେୟାର ଅଛି, ମୁଁ କାହାକୁ ପସନ୍ଦ କରୁଛି କି ନାହିଁ, କାହାକୁ ବିବାହ କରିବି ଇତ୍ୟାଦି ଇତ୍ୟାଦି। କିନ୍ତୁ ଏହି ଲୋକମାନେ ମୋତେ ଆଦୌ ବୁଝି ନାହାନ୍ତି। ମୁଁ ମୋର ବ୍ୟକ୍ତିଗତ କଥାକୁ ପ୍ରାଇଭେଟ ରଖିବାକୁ ଚାହେଁ। ହଁ ମୁଁ ଯେବେ ବିବାହ କରିବି ସମସ୍ତଙ୍କୁ ଏ ସମ୍ପର୍କରେ ନିଶ୍ଚିୟ ଜଣାଇବି ବୋଲି କହିଥିଲେ ପ୍ରଭାସ।