ନିଜ ଅପେକ୍ଷା ବିରାଟଙ୍କ ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି ଅନୁଷ୍କା, ଏଭଳି କରିବା ପଛରେ ରହିଛି ବଡ଼ କାରଣ

ମୁମ୍ବାଇ : ଡିସେମ୍ବର ୧୧, ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି । ଦୁହିଁଙ୍କୁ ବିବାହ ପରେ ଆଦର୍ଶ ଦମ୍ପତ୍ତିର ଟ୍ୟାଗ୍‌ ମିଳିଥିବା ବେଳେ ପରସ୍ପର ପ୍ରତି ଭଲପାଇବା ଦେଖାଇବାର କୌଣସି ସୁଯୋଗକୁ ଦୁହେଁ ହାତଛଡ଼ା କରନ୍ତି ନାହିଁ । କିଛି ଦିନ ତଳେ ବିରାଟଙ୍କ ଜନ୍ମଦିନ ଥିବା ବେଳେ ଦୁହେଁ ଭୁଟାନ ଯାଇ ଜନ୍ମଦିନ ପାଳନ କରିଥିଲେ, ଯାହାର ଫଟୋ ଖୁବ୍‌ ଭାଇରାଲ ହୋଇଥିଲା । ତେବେ ବିବାହକୁ ଦୁଇ ବର୍ଷ ପୂରିବାକୁ ଥିବା ବେଳେ ଏବେ ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି ଅନୁଷ୍କା ।

Image result for anushka-wear-virat-dress-told-the-reason-behind-that-couple-bonding
The Hindu

ନିଜ ଅପେକ୍ଷା ସେ ବିରାଟଙ୍କ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି ବୋଲି ଭୋଗ୍‌ ପତ୍ରିକାକୁ ସାକ୍ଷାତକାର ଦେଇ ଜଣାଇଛନ୍ତି । ଅନୁଷ୍କାଙ୍କ କହିବା ଅନୁଯାୟୀ, ମୁଁ ତାଙ୍କଠାରୁ ସବୁବେଳେ ତାଙ୍କ ପୋଷାକ ନେଇଥାଏ । ଟି-ସାର୍ଟ ହେଉ ବା କୌଣସି ଜ୍ୟାକେଟ ମୁଁ ତାଙ୍କଠାରୁ ପିନ୍ଧିବା ପାଇଁ ନେଇଥାଏ । ମୋର ଏଭଳି କରିବା ପଛରେ ଏକ ବଡ଼ କାରଣ ରହିଛି । କାରଣଟି ହେଲା, ତାଙ୍କ ପୋଷାକରେ ସେ ମୋତେ ଦେଖିଲେ ବହୁତ ଖୁସି ହୋଇଥାନ୍ତି । ତାଙ୍କ ମୁହଁରେ ସେ ଖୁସି ଦେଖିବା ପାଇଁ ମୁଁ ଏଭଳି କରିଥାଏ ।

ସମ୍ବନ୍ଧିତ ଖବର