ବିବାହ ପାଇଁ ଦୀପିକାଙ୍କଠାରୁ କାନଫୁଲ ଉଧାର ମାଗିଥିଲେ କି ଅନୁଷ୍କା !

ମୁମ୍ବାଇ: ଇଟାଲିର ମିଲାନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ସୋମବାର ସକାଳୁ କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ କରିବା ପରେ ବିରାଟ ନିଜ ବିବାହ ସଂପର୍କରେ ଟୁଇଟର୍‌ ଆକାଉଣ୍ଟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ବିରାଟ-ଅନୁଷ୍କାଙ୍କର ନିର୍ବନ୍ଧରୁ ନେଇ ମେହେନ୍ଦୀ, ବିବାହ ଆଦିର ସମସ୍ତ ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି।

ତେବେ ବିରାଟ ଓ ଅନୁଷ୍କା ବିବାହ ସମୟରେ ମ୍ୟାଚିଂ କରି ପୋଷାକ ପରିଧାନ କରିଥିଲ। ବିରାଟ ହାଲକା ଗୋଲାପି ରଙ୍ଗର ସେରଓ୍ଵାନି ଓ ଅନୁଷ୍କା ଶର୍ମା ହଲାକା ଗୋଲାପି ରଙ୍ଗର ଲେହେଙ୍ଗା ପରିଧାନ କରିଥିଲେ। ତେବେ ଅନୁଷ୍କା ଲେହେଙ୍ଗା ଓ ବିରାଟଙ୍କ ସେର୍‌ଓ୍ଵାନିକୁ ଫେସନ୍‌ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀ ଡିଜାଇନ୍‌ କରିଥିଲେ। ସବ୍ୟସାଚ୍ଚୀ ମୁଖାର୍ଜୀଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଅନୁଷ୍କାଙ୍କ ଲେହେଙ୍ଗାରେ ଚଢ଼େଇ ଓ ପ୍ରଜାପତି ଆଦି ଅଙ୍କା ଯାଇଥିଲା।

ଏହି ଫଟୋ ବ୍ୟତୀତ ସୋସିଆଲ ମିଡିଆରେ ଆଉ ଏକ ଫଟୋ ଭାଇରାଲ ହେବାର ଦେଖିବାକୁ ମିଳିଛି। ଯେଉଁଥିରେ ଗୋଟିଏ ପଟରେ ଦୀପିକା ପାଦୁକୋନ୍‌ ଅନ୍ୟ ପଟେ ବିବାହ ପୋଷାକ ପରିଧାନ କରିଥିବା ଅନୁଷ୍କା ଶର୍ମା ନଜର ଆସୁଛନ୍ତି। ଏଥିରେ ଦୀପିକାଙ୍କ ଭଳି କାନଫୁଲ ଅନୁଷ୍କା ତାଙ୍କ ବିବାହ ଯୋଡାରେ ପିନ୍ଧିଛନ୍ତି। ଦୀପିକା ପାଦୁକୋନ୍‌ ଏହି ଝୁମକା ‘ରିଲାଏନ୍ସ ଜିଓ ଫିଲ୍ମଫେୟାର ମରାଠି ଆଓ୍ଵାର୍ଡ’ କାର୍ଯ୍ୟକ୍ରମରେ ପିନ୍ଧିଥିଲେ। ଫଟୋରେ ଦୀପିକା ଯେଉଁ ଶାଢ଼ି ପରିଧାନ କରିଥିବାର ନଜର ଆସୁଛନ୍ତି ତାହାକୁ ବି ସବ୍ୟସାଚ୍ଚୀ ମୁଖାର୍ଜୀ ଡିଜାଇନ କରିଥିଲେ। ଦୀପିକା ଓ ଅନୁଷ୍କାଙ୍କ ଏହି କ୍ଲୋଜ-ଅପ୍‌ ଫଟୋ ସୋସିଆଲ ମିଡିଆରେ ବହୁ ଭାଇରାଲ ସୃଷ୍ଟି କରିଛି। କେହିକେହି ସୋସିଆଲ ମିଡିଆ ବ୍ୟବହାରକାରୀ ମାଜାକ୍‌ କରିବାକୁ ଯାଇ କହିଛନ୍ତି, ବିବାହରେ ପିନ୍ଧିବା ପାଇଁ ଅନୁଷ୍କା ଦୀପିକାଙ୍କ ଠାରୁ ଏହି କାନଫୁଲ ଉଧାରିରେ ଆଣି ନାହାନ୍ତି ତ !

ଅନୁଷ୍କାଙ୍କ ଲେହେଙ୍ଗା ଡିଜାଇନ୍‌ କରିଥିବା ଡିଜାଇନର ସବ୍ୟସାଚ୍ଚୀ ଉଲ୍ଲେଖ କରିଛନ୍ତି ଯେ ଅଭିନେତ୍ରୀ ଅନୁଷ୍କାଙ୍କ ଲେହେଙ୍ଗା ଡିଜାଇନ୍‌ କରିବା ପାଇଁ ୬୭ ଜଣ କାରିଗର ୩୨ ଦିନ ସମୟ ନେଇଥିଲେ। ତାଙ୍କ ଲେହେଙ୍ଗାରେ ହୀରା, ମୋତି ଆଦି ବହୁମୂଲ୍ୟ ଧାତୁ ଖୋଦେଇ ହୋଇଛି। ସେହିପରି ବିରାଟ ପିନ୍ଧିଥିବା ସେରଓ୍ଵାନିକୁ ଡିଜାଇନ୍‌ କରିଛନ୍ତି ନିଜେ ସବ୍ୟସାଚ୍ଚୀ। ତାଙ୍କ ସେରଓ୍ଵାନିରେ ସ୍ୱର୍ଣ୍ଣ ପାତ ଲାଗିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର