ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୦୮ ମସିହାରେ ‘ରବ୍ ନେ ବନାଦି ଯୋଡ଼ି’ ଜରିଆରେ ସିନେ ଜଗତରେ ଡେବ୍ୟୁ କରିଥିଲେ। ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ସୁପର୍ଷ୍ଟାର୍ ଶାହାରୁଖ ଖାନ। ଦଶ ବର୍ଷ ପରେ ଏହି କଳାକାର ଦ୍ୱୟ ପୁଣି ଚଳଚ୍ଚିତ୍ର ‘ଜିରୋ’ ଜରିଆରେ ଏକତ୍ର ନଜର ଆସିବେ।
ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରର ପ୍ରମୋସନ୍ ଆରମ୍ଭ ହୋଇଯାଇଛି। ଚଳଚ୍ଚିତ୍ର ପ୍ରମୋସନ୍ ଜରିଆରେ ଅଭିନେତ୍ରୀ ଅନୁଷ୍କା କୋ-ଷ୍ଟାର୍ ଶାହାରୁଖଙ୍କର ପ୍ରଶଂସା କରିବାର ସୁଯୋଗକୁ ଆଦୌ ହାତଛଡ଼ା କରିନାହାନ୍ତି।
ଶାହାରୁଖଙ୍କ ସଂପର୍କରେ ଅନୁଷ୍କା କହନ୍ତି, ‘ ଯଦି ତୁମେ ଶାହାରୁଖଙ୍କ ସହ କାମ କରିବ ତ ସବୁ ପ୍ରକାରର ସହଜପଣ ତାଙ୍କ ପାଖରୁ ପାଇବ। ମୋ ପ୍ରଥମ ଚଳଚ୍ଚିତ୍ରରୁ ହିଁ ମୁଁ ତାଙ୍କୁ ଜଣେ ଦୟାଳୁ ସ୍ୱଭାବର ବ୍ୟକ୍ତି ଭାବେ ଜାଣିଛି। ସେ ଖୁବ୍ ସାହାଯ୍ୟକାରୀ ଓ ସମର୍ଥକ ସ୍ୱଭାବର। ମୁଁ କାମ କରିବାରୁ ସହଜ ମନେ କରେ ମୋ ପାଇଁ ନୁହେଁ, ବରଂ ତାଙ୍କର ସମର୍ଥନ ପାଇଁ।’
ସେ ଆହୁରି ବି କହିଛନ୍ତି କି ସେ ତାଙ୍କ ପରବର୍ତ୍ତୀ ପ୍ରକଳ୍ପ ଜଣେ ଅଭିନେତ୍ରୀ ହିସାବରେ ନୁହେଁ, ପ୍ରଯୋଜିକା ହିସାବରେ କରିବାର ଇଚ୍ଛା ରଖିଛନ୍ତି। ଜାନୁଆରିରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।