ହନିମୁନ୍‌ ବେଳେ ଚର୍ଚ୍ଚାରେ ରହିଛି ଅନୁଷ୍କା ଶର୍ମାଙ୍କ ଏହି ମୁଦି

ମୁମ୍ବାଇ: କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ସିନେ ତାରକା ଅନୁଷ୍କା ଶର୍ମା ଗତ ୧୧ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରଥମେ ରୋମ୍‌ ଯିବା ପରେ ଏବେ ହନିମୁନ୍‌ ମନେଇବା ପାଇଁ ଫିନ୍‌ଲାଣ୍ଡ୍‌ ଯାଇଛନ୍ତି।ସେଠାରେ ସେ ଦୁହେଁ ହନିମୁନ୍‌ ମନାଉଥିବାର ଜଣାଯାଇଛି।ହେଲେ ଏବେ ସେଠାକାର ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ସେହି ଫଟୋରେ ଅନୁଷ୍କା ତାଙ୍କର ଏକ ମୁଦି ଦେଖାଉଛନ୍ତି। ଏହା ଏଇଥିପାଇଁ ଚର୍ଚ୍ଚାରେ ଅଛି ଯେ ଏହାର ମୂଲ୍ୟ ୧ କୋଟି।

photo-ndtv_

ଏତଦବ୍ୟତୀତ ନବ ବିବାହିତ ଦମ୍ପତିଙ୍କର ମସ୍ତିର ଫଟୋ ବି ଏବେ ଭାଇରାଲ ହେବାରେ ଲାଗିଛି ,ହେଲେ ସବୁଠୁ ବେଶୀ ଚର୍ଚ୍ଚାରେ ରହିଛି ଏହି ମୁଦି। କୁହାଯାଉଛି ଯେ ଏହି ମୁଦି ବିରାଟ କୋହଲି ଅନୁଷ୍କା ଶର୍ମାଙ୍କୁ ବିବାହ ମଣ୍ଡପରେ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏହି କପଲ୍‌ ଆଗାମୀ ୨୧ ତାରିଖରେ ନୂଆଦିଲ୍ଲୀଠାରେ ଏକ ରିସେପସନ୍‌ ପାର୍ଟି ରଖିଥିବା ବେଳେ ମୁମ୍ବାଇରେ ୨୬ ତାରିଖରେ ସେଭଳି ପାର୍ଟି ହେବ।

ସମ୍ବନ୍ଧିତ ଖବର