‘ପତ୍ନୀ ବର୍ଷାଙ୍କୁ ପାଇ ମୁଁ ଧନ୍ୟ’: ଜାଣନ୍ତୁ କେଉଁ ମଧୁର ମୁହୂର୍ତ୍ତରେ ଭାବପ୍ରବଣ ହୋଇ ଓଲିଉଡ୍‌ କିଙ୍ଗ୍‌ କହିଲେ ଏମିତି କଥା

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତିଙ୍କର କୌଣସି କାରଣରୁ ପତ୍ନୀ ବର୍ଷାଙ୍କ ସହ ଭଲ ପଡୁନଥିଲା ବୋଲି ଗୁଜବ ଶୁଣିବାକୁ ମିଳିଥିଲା। ହେଲେ ଏଭଳି ଖବର ମିଛ ପ୍ରମାଣିତ ହୋଇଛି। ନିକଟରେ ଅନୁଭବ ନିଜ ଫିଟନେସ ନେଇ  ୟୁଟ୍ୟୁବରେ ପୋଷ୍ଟ୍‍ କରିଥିବା ଏକ ଭିଡିଓରେ ବର୍ଷାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ କିଛି ଦିନ ହେବ ଗୋଡରେ ଆଘାତ ଲାଗିବା କାରଣରୁ ଚିକିତ୍ସିତ ହେଉଥିବା ଅଭିନେତା ଅନୁଭବ ମହାନ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଦେଖିବାକୁ ମିଳିଛି।

ଫିଲ୍ମ ସୁଟିଂ ସେଟରେ ଆହତ ହୋଇ ଅନୁଭବଙ୍କ ଗୋଡ୍‌ ଫ୍ୟାକଚର୍‌ ହୋଇଥିଲା ଏବଂ ତାଙ୍କ ଗୋଡରେ ଲାଗିଥିଲା ପ୍ଲାଷ୍ଟର୍‌  ଆଉ ଯାହାକୁ ନେଇ ସେ ଗତ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ। ଏବେ ତାଙ୍କ ଗୋଡ ଭଲ ହେଉଥିବା କଥା ଏକ ଭିଡିଓ ଜରିଆରେ କହିଛନ୍ତି ଅନୁଭବ। ଆଉ ଏଥିପାଇଁ ସେ ପତ୍ନୀ ବର୍ଷାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭିଡିଓରେ ପ୍ଲାଷ୍ଟର୍‌ ଖୋଲାହେବା ପରେ ପତ୍ନୀଙ୍କ ହାତ ଧରି ଅନୁଭବଙ୍କୁ ଚାଲିବାର ଦେଖିବାକୁ ମିଳିଥିଲା।

ଉଲ୍ଲେଖ ଥାଉ କି, ଅନେକ ଦିନ ହେବ ଓଲିଉଡରେ ଅନୁଭବ ଓ ବର୍ଷାଙ୍କ ସମ୍ପର୍କକୁ ନେଇ ଅନେକ ପ୍ରକାର ଖବର ସାମ୍ନାକୁ ଆସିଥିଲା। ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଥିବା ନେଇ ଅନେକ ଆଲୋଚନା ମଧ୍ୟ ହେଉଥିଲା। ହେଲେ ଏସବୁ ଖବରକୁ ମିଛ ବୋଲି ପ୍ରମାଣ କରିଛି ଅନୁଭବଙ୍କ ଏହି ବୟାନ। ତେବେ ନିଜ ଫ୍ୟାନମାନଙ୍କ ପାଖରେ ସିଧାସଳଖ ପହଂଚିବା ପାଇଁ ଅନୁଭବ ମହାନ୍ତି ଏକ ୟୁଟ୍ୟୁବ ଚ୍ୟାନେଲ୍‌ କରିଛନ୍ତି। ଯେଉଁଥିରେ ସେ ନିଜର ଏହି ଭିଡିଓ ପୋଷ୍ଟ୍‍ କରିଛନ୍ତି।

ସମ୍ବନ୍ଧିତ ଖବର