ରଣବୀର ସିଂହ ପ୍ରଥମ ବିବାହ ବାର୍ଷିକୀ ପାଇଁ ଚେହେରାରେ ଫେସ୍‌ପ୍ୟାକ୍‌ ଲଗାଇ ଏପରି କରୁଛନ୍ତି ପ୍ରସ୍ତୁତି; ଦୀପିକା ସେୟାର କଲେ ଫଟୋ

ନୂଆଦିଲ୍ଲୀ: ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ଙ୍କ ବିବାହକୁ ନଭେମ୍ବର ୧୪ ତାରିଖ ଦିନ ବର୍ଷେ ପୂରିବ। ପ୍ରଥମ ବିବାହ ବାର୍ଷିକକୁ ନେଇ ଦୀପିକା ଓ ରଣବୀର ଉଭୟ ବହୁତ ଖୁସି ଅଛନ୍ତି। ରଣବୀର ସିଂହଙ୍କ ତ ଏବେ ଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଦୀପିକା ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ରଣବୀର ସିଂହ ନିଜକୁ ସଜାଉ ଥିବା ଦେଖିବାକୁ ମିଳୁଛି।

ଦୀପିକା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ରଣବୀର ସିଂହ ଫେସ୍‌ ପ୍ୟାକ୍‌ ଲଗାଇଥିବା ଦେଖବାକୁ ମିଳୁଛି। ଏହି ଫଟୋକୁ ସେୟାର କରି ଦୀପିକା ଲେଖିଛନ୍ତି, ପ୍ରଥମ ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତି।

ପ୍ରକାଶିତ ରିପୋର୍ଟ ମୁତାବକ, ରଣବୀର ଓ ଦୀପିକାଙ୍କ ପ୍ରଥମ ବିବାହ ବାର୍ଷିକୀ ପାଇଁ ଆସନ୍ତାକାଲି ପରିବାର ସହ ପ୍ରଥମେ ତିରୁପତି ଓ ପରେ ଅମ୍ରିତସର ଯାଇ ଭଗବାନଙ୍କ ଆଶୀର୍ବାଦ ନେବେ। ଦୁହେଁ ତିରୁପତିରେ ଥିବା ବାଲାଜୀ ଓ ପଦ୍ମାବତି ମନ୍ଦିର ଯାଇ ଦର୍ଶନ କରିବା ସହ ପରେ ଅମ୍ରିତସର ଯିବେ। ନଭେମ୍ବର ୧୫ରେ ଦୁହେଁ ଅମ୍ରିତସରର ଗୋଲଡେନ୍‌ ଟେମ୍ପୁଲରେ ଦର୍ଶନ ସାରି ମୁମ୍ବାଇ ଫେରିବାର ଯୋଜନା ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର