ସାପ ବନିଥିଲା ଅପରାଜିତାଙ୍କ ଭାଇ!

Advertisment
ସାପ ବନିଥିଲା ଅପରାଜିତାଙ୍କ ଭାଇ!

ଭୁବନେଶ୍ୱର: ଆଜି ହେଉଛି ରାଖି ପୂର୍ଣ୍ଣିମା । ଏହା ହେଛି ଭାଇ-ଭଉଣୀ ସଂପର୍କର ପବିତ୍ର ପର୍ବ। ହେଲେ ଆପଣ ଭାବିପାରନ୍ତି ସାପ କ’ଣ ଜଣେ ଝିଅର ଭାଇ ହୋଇପାରେ?ଏକଥା ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ?କିନ୍ତୁ ବସନ୍ତ ନାୟକଙ୍କପ୍ରଯୋଜିତ ତଥା ଅସୀମ୍‌ କୁମାରଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଫିଲ୍ମ ‘ଯାହାକୁ ରଖିବେ ଅନନ୍ତ’ରେ ସାପକୁ ଭାଇ ଭାବେ ସ୍ୱୀକାର କରିଥିଲେ ନାୟିକା (ଅପରାଜିତା)। ସେହି ସାପ ଭାଇ ଭଳି ଭଉଣୀକୁ ବିଭିନ୍ନ ବିପତ୍ତିରୁ ରକ୍ଷା କରିଛି।

ଫିଲ୍ମର କ୍ଲାଇମାକ୍‌ସ ସିନ୍‌ରେ ଖଳନାୟକ (ବିଜୟ ମହାନ୍ତି) ଯେତେବେଳେ ନାୟକ(ଉତ୍ତମ ମହାନ୍ତି)ଙ୍କ ଉପରକୁ ଗୁଳି ଚଳାଏ, ସେତେବେଳେ ସାପ ଡେଇଁ ପଡ଼ି ନାୟକକୁ ବଞ୍ଚାଏ ଓ ତା’ ଦେହରେ ଗୁଳିଟି ବାଜେ,ସେଇଠି ସେ ଟଳି ପଡ଼େ।ଏହା ଥିଲା ସାପରୂପୀ ଭାଇର ବଳିଦାନ। ନାୟକ ହେଉଛି ତା’ ଭଉଣୀର ସ୍ୱାମୀ।ଏହି ଦୃଶ୍ୟକୁ ଅଧିକ ଜୀବନ୍ତ କରିବା ପାଇଁ ସ୍ୱରକାର ତଥା ଗୀତିକାର ସ୍ୱରୂପ ନାୟକ ଖଂଜିଥିଲେ ଏକ ଚମତ୍କାର ଗୀତ-କ୍ଷୀର କରଜ ସୁଝି ଦେଲି ଆଜି,ରଖି ତୋ’ ମଥାର ସିନ୍ଦୁର....। ଏହି ଦୃଶ୍ୟଟି ଫିଲ୍ମର ସବୁଠାରୁ ଚିତ୍ତାକର୍ଷକ ଦୃଶ୍ୟ ଥିଲା।

publive-image

୧୯୮୮ରେ ମୁକ୍ତିଲାଭ କରିଥିବା ‘ଯାହାକୁ ରଖିବେ ଅନନ୍ତ’ରେ ଅନ୍ୟାନ୍ୟ ମୁଖ୍ୟ ଭୂମିକାରେ ଦୁଃଖୀରାମ ସ୍ୱାଇଁ , ଜୟୀଏବଂ କାନ୍ତା ସିଂହ ପ୍ରମୁଖ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe