ଭୁବନେଶ୍ବର: ଓଡ଼ିଶା ମନୋରଞ୍ଜନ ଦୁନିଆର ଓଟିଟି ପ୍ଲାଟଫର୍ମରେ ସବୁ ବର୍ଗର ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ନୂଆ କଣ୍ଟେଟ ପ୍ରୋଭାଇଡର ଆପ୍ଲିକେସନ "କଞ୍ଚା ଲଙ୍କା’’।
ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଆପ୍ଲିକେସନ ଲୋକାର୍ପିତ ହୋଇଛି । ସବୁ ବର୍ଗର ଦର୍ଶକଙ୍କୁ ଭିନ୍ନ ଭିନ୍ନସ୍ୱାଦର ମନୋରଞ୍ଜନ ଯୋଗାଇବାରେ ଏହା ସଫଳ ହେବ ବୋଲି ଆପ୍ଲିକେସନ କର୍ତ୍ତୃପକ୍ଷ ଆଶା କରିଛନ୍ତି।
ଓଡ଼ିଶାରେ ମନୋରଞ୍ଜନ ଦୁନିଆ ସହିତ ଜଡିତ ଥିବା ତିନି ପରିଚିତ ଚେହେରା ଅକ୍ଷୟ ପରିଜା, ବିଭୁ ରଥ ତଥା ଚିତ୍ତରଞ୍ଜନ ନାୟକଙ୍କ ମିଳିତ ଉଦ୍ୟମରେ ଓଟିଟି ପ୍ଲାଟଫର୍ମକୁ ପ୍ରବେଶ କରିଛି ନୂଆ ଆପ୍ଲିକେସନ " କଞ୍ଚାଲଙ୍କା "।
ଏକାଧିକ ଫୋରମରେ ଏହି ଆପ୍ଲିକେସନ ଉପଲବ୍ଧ। ମୁଖ୍ୟତଃ ୱେବସାଇଟ, ଆଣ୍ଡ୍ରାଏଡ଼, ଆପଲ ଆଇ ଓ ଏସ ଓ ଆପଲ ଟିଭିରେ ଦର୍ଶକମାନେ ଏହାକୁ ଦେଖିପାରିବେ। କେବଳ ଓଡ଼ିଶା ନୁହେଁ, ଏବେଠାରୁ ଦେଶ ଭିତରେ ଓ ଦେଶ ବାହାରେ ରହୁଥିବା ଓଡ଼ିଆ ଦର୍ଶକ ମଧ୍ୟ ଏହାକୁ ଦେଖିପାରିବେ।
"କଞ୍ଚାଲଙ୍କା' ବିଷୟରେ ସୂଚନା ଦେଇ ଏହାର ଅନ୍ୟତମ ପ୍ରତିଷ୍ଠାତା ଅକ୍ଷୟ ପରିଜା କହିଛନ୍ତି ଯେ, ଏହା ଏକ ବ୍ୟତିକ୍ରମ ଉଦ୍ୟମ। ଓଡ଼ିଆ ଦର୍ଶକଙ୍କୁ ଏହା ଉଚ୍ଚମାନର ତଥା ନୂଆ ଧାରାରେ ମନୋରଞ୍ଜନ ଦେବାରେ ସକ୍ଷମ ହେବ। ସେହିଭଳି ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ବିଭୁ ରଥ କହିଛନ୍ତି ଯେ, କଞ୍ଚାଲଙ୍କା ନା ରଖିବାର କାରଣ ହେଉଛି , ଯେମିତି ଓଡ଼ିଆ ଘରର ଚଳଣି ସହିତ କଞ୍ଚାଲଙ୍କା ଜଡ଼ିତ ସେଭଳି ଓଡ଼ିଆ ଲୋକଙ୍କ ମାନସିକତା ଓ ପସନ୍ଦକୁ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛି " କଞ୍ଚାଲଙ୍କା " ।
ସୂଚନା ଅନୁସାରେ, ଏହି ପ୍ଲାଟଫର୍ମରେ ଓଡ଼ିଆ ଦର୍ଶକ ପାଇବେ ଅପରାଧ, ଥ୍ରୀଲର, ସସପେନ୍ସ, ରୋମାଣ୍ଟିକ, କମେଡି, ଫାଂତାସା ଭଳି ଭିନ୍ନ ଭିନ୍ନ ସ୍ୱାଦର ମନୋରଞ୍ଜନ।
ବିଶେଷ କରି ହାଇଡେଫିନେସନକ୍ବାଲିଟି , ଇଂଲିସ ସବଟାଇଟଲ ତଥା ବିନା ବିଜ୍ଞାପନରେ ଦର୍ଶକମାନେ ଏହାକୁ ଦେଖିବାକୁ ଆଗ୍ରହୀ ହେବେ। ଏଥିପାଇଁ ଗ୍ରାହକଙ୍କୁ ବାର୍ଷିକ ୩୪୯ ଟଙ୍କା, ୬ମାସକୁ ୨୪୯ ଟଙ୍କା ତଥା ତିନି ମାସକୁ ୧୪୯ ଟଙ୍କା ଦେବାକୁ ହେବ।
ଏହି ଅର୍ଥକୁ ଅନଲାଇରେ ମଧ୍ୟ ଗ୍ରାହକମାନେ ପୈଠ କରିପାରିବେ। ସବୁ ବର୍ଗର ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏଥିରେ ଉଦ୍ୟମ ହୋଇଥିବାରୁ ଏହା ଦର୍ଶକ ଆଦୃତ ହେବ ବୋଲି କହିଛନ୍ତି ଅଭିନେତା ପପୁ ପମପମ୍।
ପ୍ରିମିୟର କ୍ବାଲିଟି ସହିତ ଦର୍ଶକଙ୍କ ଆଗ୍ରହକୁ ଏହାର କଣ୍ଟେଟରେ ଗୁରୁତ୍ୱ ଦିଆଯାଇଛି, ଯାହା ଓଡ଼ିଶାର ମନୋରଞ୍ଜନ ଧାରାରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଅନେକ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/4627aa84-ccc7-4dda-99fb-45daf89562b4.jpg)