ଭାରତୀୟ ସଙ୍ଗୀତ ଜଗତର ଜଣାଶୁଣା ନିର୍ଦ୍ଦେଶକ ଏ. ଆର୍ ରହେମାନଙ୍କ ଜୟ ହୋ... ଗୀତ ଏବେ ବି ଗୁଞ୍ଜରଣ ସୃଷ୍ଟି କରେ। ୨୦୦୯ରେ ସ୍ଲମଡଗ୍ ମିଲିୟନାର୍ ଓସ୍କାର ଲାଭ କରିଥିବା ବେଳେ ଏ.ଆର୍ ରହେମାନ ମଧ୍ୟ ବିପୁଳ ଲୋକପ୍ରିୟତା ଲାଭ କରିଥିଲେ। ଏହି ଗୀତ ହିଁ ତାଙ୍କୁ ପରିଚୟ ଦେଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ଏହାକୁ ରହେମାନ ବି ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଅନ୍ୟ ଚଳଚ୍ଚିତ୍ର ପାଇଁ ମଧ୍ୟ ସେ ବହୁତ ପରିଶ୍ରମ କରିଛନ୍ତି। କିନ୍ତୁ ତାଙ୍କୁ ସ୍ଲମଡଗ ମିଲିୟନାର୍ ଭଳି ଆଉ କେଉଁ ଚଳଚ୍ଚିତ୍ରରେ ଏତେ ପ୍ରଶଂସା ମିଳି ନାହିଁ। ଆଲଷ୍ଟେୟାର୍ ଆଡାମ ଲୟଡ୍ ୱେବର୍ଙ୍କ ସହ ଏକ ଚାଟିଂରେ ସେ ଏହା କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ଏହି ଫିଲ୍ମର ସଫଳତା ପରେ ଡ୍ୟାନି ବୟଲଙ୍କଠାରୁ ଡକରା ପାଇଥିଲେ। ଏହି ଗୀତ ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା ବୋଲି ମଧ୍ୟ କହିଥିଲେ। ଏହାପରେ ଯଦିଓ ସେ ଆହୁରି କିଛି ଫିଲ୍ମ ପାଇଁ ଗୀତ କରିଥିଲେ, କିନ୍ତୁ ସେଗୁଡ଼ିକ ସଫଳ ହୋଇପାରି ନଥିଲା।
ସ୍ଲମଡଗ୍ ମିଲିୟନାର୍ ଫିଲ୍ମ ହିଁ ମତେ ପରିଚୟ ଦେଇଛି
/sambad/media/post_attachments/wp-content/uploads/2020/04/ar_rahman.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)