ମୁମ୍ବାଇ: ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏ.ଆର୍.ରେହମାନ ବଡ଼ ହୋଇ ଇଞ୍ଜିନିୟର ହେବା ପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ ଜଣେ କଣ୍ଠଶିଳ୍ପୀ ହେବାର ଲେଖା ଥିଲା । ଛୋଟବେଳୁ ହିଁ ସେ ସଙ୍ଗୀତ ପ୍ରତି ନିଜର ରୁଚି ଦେଖାଇବା ସହ ନିଜ ନାଁ କରିବା ଆରମ୍ଭ କରିଥିଲେ ।
/sambad/media/post_attachments/wp-content/uploads/2019/01/images-3-3.jpg)
ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଇସ୍ଲାମ ଧର୍ମ ଗ୍ରହଣ କରିବା ପୂର୍ବରୁ ତାଙ୍କ ନାମ ଦିଲୀପ୍ କୁମାର ଥିଲା । କିନ୍ତୁ ୨୩ବର୍ଷ ବୟସରେ ତାଙ୍କ ଭଉଣୀଙ୍କ ଦେହ ଖରାପ ହେବା ପରେ ପୂରା ପରିବାର ସହ ରେହମାନ୍ ନିଜର ଧର୍ମ ପରିବର୍ତ୍ତନ କରିଥିଲେ । ଯାହା ପରେ ତାଙ୍କ ନାମ ଦିଲୀପ୍ କୁମାରରୁ ଏ.ଆର୍,ରେହମାନ ହୋଇ ଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଲା ବଲିଉଡ୍ର ଦିଗ୍ଗଜ ଅଭିନେତା ଦିଲୀପ୍ କୁମାରଙ୍କ ପତ୍ନୀଙ୍କ ନାମ ସାୟରା ବାନୋ ହୋଇଥିବା ବେଳେ ରେହମାନ୍ ପତ୍ନୀଙ୍କ ନାମ ମଧ୍ୟ ସାୟରା ବାନୋ ବୋଲି ଜଣା ପଡ଼ିଛି ।