ବିବାହର ୨୯ବର୍ଷ ପରେ ଏ ଆର୍ ରେହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୋଙ୍କ ନଭେମ୍ବର ୧୯ରେ ଛାଡ଼ପତ୍ର ଘୋଷଣା ପରେ ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖବର ଘୁରି ବୁଲୁଛି। ଏସବୁ ଖବରକୁ ନେଇ ଏ ଆର୍ ରେହମାନ ଲିଗାଲ ଆକସନ ନେଇଛନ୍ତି। ସମ୍ପ୍ରତି ସେ ଏକ ଆଡଭାଇଜରି ଜାରି କରିଛନ୍ତି। ଏହି ଆଡଭାଇଜରିରେ ଏ ଆର୍ ରେହମାନ ଉଲ୍ଳେଖ କରିଛନ୍ତି କି, ‘ତାଙ୍କ ବିବାହ ଓ ଛାଡ଼ପତ୍ରକୁ ନେଇ କରାଯାଇଥିବା ଆପତ୍ତିଜନକ ପୋଷ୍ଟକୁ ତୁରନ୍ତ ହଟାଯାଉ।’
ଏ ଆର୍ ରେହମାନଙ୍କ ଓକିଲ ଦ୍ବାରା ଜାରି କରାଯାଇଥିବା ନୋଟିସରେ ଉଲ୍ଳେଖ ରହିଛି କି, ‘କିଛିଦିନ ପୂର୍ବରୁ ଏ ଆର୍ ରେହମାନ ନିଜର ଏକ୍ସ ଜରିଆରେ ୩୦ବର୍ଷ ପୂରା ହେବାପୂର୍ବରୁ ନିଜର ବିବାହ ଭାଙ୍ଗିବା ସମ୍ପର୍କରେ ସୂଚନା ଦେଇଥିଲେ।
ଦମ୍ପତି ବିବାହ ବିଚ୍ଛେଦର କାରଣ ମାନସିକ ଚାପ ବୋଲି ଦର୍ଶାଇଥିଲେ। କିନ୍ତୁ ଏ ଆର୍ ରେହମାନଙ୍କ ବିବାହ ବିଚ୍ଛେଦ ଖବର ସାମ୍ନାକୁ ଆସିବା ପରେ ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ୟୁଟ୍ୟୁବରେ ଏ ଆର୍ ରେହମାନଙ୍କୁ ନେଇ ଅନେକ ମନଗଢ଼ା କାହାଣୀସବୁ ପୋଷ୍ଟ କରୁଛନ୍ତି।
ଏସବୁ ଆର୍ଟିକଲ, ପୋଷ୍ଟରେ କୌଣସି ପ୍ରକାର ସତ୍ୟତା ନାହିଁ। ଏଥିରେ ଅନେକ ଅଶ୍ଳୀଳ କଣ୍ଟେଣ୍ଟ ବି ରହିଛି। ଏସବୁ ଏ ଆର୍ ରେହମାନଙ୍କ ଛବିକୁ ନଷ୍ଟ କରିବା ଓ ତାଙ୍କ ପରିବାରକୁ ନିଚା ଦେଖାଇ ପାଇଁ ଯୋଜନା କରାଯାଉଛି।
ଏମିତି କାମ ଯେଉଁମାନେ କରୁଛନ୍ତି ସେମାନେ କେବଳ ନିଜର ବ୍ୟବସାୟ ଓ ଭ୍ୟୁ ପାଇଁ ଭୋକିଲା ରହିଛନ୍ତି। ତେଣୁ ମିଛ ସତ ଖବର ପ୍ରଚାର କରି ଲୋକଙ୍କୁ ଆକର୍ଷିତ କରିବା ସେମାନଙ୍କର ଲକ୍ଷ୍ୟ। ତେଣୁ ଏଭଳି ପାଷ୍ଟ କରୁଥିବା ଲୋକଙ୍କୁ ଅନୁରୋଧ ତୁରନ୍ତ ଏସବୁକୁ ୨୪ଘଣ୍ଟା ମଧ୍ୟରେ ହଟା ଯାଉ ନଚେତ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ୨୦୨୩ର ଧାରା ୩୫୬ ଆଧାରରେ ମାନହାନୀର ମାମଲା ରୁଜୁ କରାଯିବ।
ରେହମାନ ଏବଂ ସାଇରା ବାନୋ ୧୯୯୫ ରେ ବିବାହ କରିଥିଲେ। ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି। ୨୯ ବର୍ଷପରେ ଉଭୟ ଅଗଲା ହୋଇଛନ୍ତି । ଛାଡପତ୍ର ଘୋଷଣା କରି ଏ ଆର ରେହମାନ ଲେଖିଥିଲେ,'' ଲାଗୁଛି ଯେପରି ସବୁକିଛିର ଏକ ଅଦୃଶ୍ୟ ଅନ୍ତ ଅଛି । ଭଙ୍ଗା ହୃଦୟ ସହ ଭଗବାନଙ୍କ ସିଂହାସନ ମଧ୍ୟ ଥରିପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/24/4lvnKlu2Awhz8MOECHeY.jpg)