ମୁମ୍ବାଇ: ସଙ୍ଗୀତ ସମ୍ରାଟ ଏଆର୍ ରହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ମଙ୍ଗଳବାର ରାତିରେ ବିବାହର ୨୯ବର୍ଷ ପରେ ଛାଡପତ୍ର ନେଉଥିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ଦମ୍ପତିଙ୍କର ତିନୋଟି ସନ୍ତାନ, ଗୋଟିଏ ପୁଅ ଏଆର୍ ଅମିନ ଏବଂ ଦୁଇ ଝିଅ ଖତିଜା ରହମାନ ଓ ରହୀମା ରହମାନ ଅଛନ୍ତି। ପତ୍ନୀ ଛାଡ଼ପତ୍ର ଦେଉଥିବା ନେଇ ଘୋଷଣା କରିବା ପରେ ଏବେ ଏଆର ରହମାନଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ରହମାନ ହେଉଛନ୍ତି ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଗାୟକ। ସେ ପ୍ରେତ୍ୟେକ ଗୀତ ପାଇଁ ୩କୋଟି ଟଙ୍କା ପାରିଶ୍ରମିକ ନେଉଥିବା ବେଳେ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୭୨୮ କୋଟିରୁ ୨୦୦୦କୋଟି ଟଙ୍କା ହେବ। ଏକ ଘଣ୍ଟା ପାଇଁ ଗୀତ ଗାଇବାକୁ ସେ ୨କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନିଅନ୍ତି । ଲସ୍ ଆଞ୍ଜେଲସ୍ ସମେତ ଦେଶର ଅନେକ ସହରରେ ତାଙ୍କର କୋଟି କୋଟି ମୂଲ୍ୟର ବଙ୍ଗଳା ରହିଛି। ଗୀତ ଗାଇବା ସହ ବିଭିନ୍ନ ବ୍ୟବସାୟରେ ନିବେଶ କରି ଟଙ୍କା ଆୟ କରନ୍ତି ରହମାନ। ବିଳାସପୂର୍ଣ୍ଣ ଘର ସହ ସେ ବିଳାସପୂର୍ଣ୍ଣ କାରର ମଧ୍ୟ ମାଲିକ ଅଟନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/21/AtkMZ2Nil2A92ACiRbww.jpg)