ମୁମ୍ବାଇ: ଓସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଏ. ଆର୍. ରହମାନ୍ ଓ ତାଙ୍କ ପତ୍ନୀ ସାଇରା ବାନୁଙ୍କ ବିବାହ ବିଚ୍ଛେଦ ଖବର ଏବେ ସର୍ବଜନବିଦିତ। ସେମାନଙ୍କ ବିବାହକୁ ୩୦ ବର୍ଷ ପୂରିବାକୁ ମାତ୍ର ଗୋଟାଏ ବର୍ଷ ବାକି ଥିବା ବେଳେ ଭାଙ୍ଗିଯାଇଛି ଦାମ୍ପତ୍ୟର ପ୍ରାଚୀର। ବଲିଉଡ୍ର ଏହି ଚର୍ଚ୍ଚିତ ଯୋଡ଼ିଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଛାଡ଼ପତ୍ର ପାଇଁ ରହମାନଙ୍କ ଗୀଟାରିଷ୍ଟ ମୋହିନୀ ଦେ' ଦାୟୀ ବୋଲି କୁହାଯାଉଛି | କାରଣ ରହମାନଙ୍କ ଛାଡ଼ପତ୍ର ପରେ ପରେ ମୋହିନୀ ନିଜ ସ୍ଵାମୀଙ୍କଠାରୁ ଛାଡ଼ପତ୍ର ନେଉଥିବା ଘୋଷଣା କରିଥିଲେ |
ଏହା ଉପରେ ପ୍ରତିକ୍ରିୟା ଦେଇ ମୋହିନୀ କହିଛନ୍ତି, “ମୋତେ ସାକ୍ଷାତକାର ଦେବା ପାଇଁ ଅନେକ ଲୋକ ଅନୁରୋଧ କରିସାରିଲେଣି | କ'ଣ ପାଇଁ ସେମାନେ ସାକ୍ଷାତକାର ନେବାକୁ ଚାହାନ୍ତି ମୁଁ ଭଲ ଭାବରେ ଜଣେ | ହେଲେ ମୁଁ ଏବେ ଏହି ଚର୍ଚ୍ଚାକୁ ଆହୁରି ବଢାଇବାକୁ ଚାହୁଁନାହିଁ | ତେଣୁ ମୁଁ ସମସ୍ତଙ୍କୁ ସମ୍ମାନର ସହ ମନା କରିବାକୁ ଚାହୁଁଛି | କାରଣ ମୁଁ ଏହି ମାମଲାକୁ ବଢ଼ାଇବାକୁ ଚାହୁଁନାହିଁ | "
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/23/8vmHNe5wvDNDSHZP86HD.jpg)