ମୁମ୍ବାଇ : ଅଭିନେତ୍ରୀ ଅମ୍ରିତା ସିଂହଙ୍କଠାରୁ ଅଲଗା ହେବା ପରେ ଅଭିନେତ୍ରୀ କରୀନା କପୁର ଖାନ୍ଙ୍କୁ ବିବାହ କରିଥିଲେ ପଟୌଦି ସୈଫ୍ ଅଲ୍ଲୀ ଖାନ୍ । ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ ମଧ୍ୟ ଅନେକ ସମୟରେ ଦୁହିଁଙ୍କ ମଧ୍ୟରେ ପରସ୍ପରପ୍ରତି କେତେ ସମ୍ମାନ ରହିଛି, ତାହା ଦେଖା ଯାଇଥାଏ । ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ ମଧ୍ୟ ସେମାନଙ୍କ ପିଲାମାନଙ୍କ ମଧ୍ୟରେ କେତେ ଭଲ ପାଇବା ରହିଛି ତାହା ମଧ୍ୟ ସ୍ପଷ୍ଟ ଜଣା ପଡ଼ିଥାଏ । ସାରା ନିଜ ପିତା ସୈଫ୍ ଅଲ୍ଲୀ ଖାନ୍ଙ୍କ ସହ କୌଣସି ଫିଲ୍ମ କରିବାର ସୁଯୋଗ ପାଇ ନଥିଲେ ମଧ୍ୟ ଛୋଟ ପରଦାରେ ଦୁହେଁ ଏକା ସାଙ୍ଗରେ ଡେବ୍ୟୁ କରି ସାରିଛନ୍ତି ।
/sambad/media/post_attachments/wp-content/uploads/2019/03/762914-000-sara-300x169.jpg)
କରଣ ଜୋହରଙ୍କ ଚାଟ୍ ସୋ’ରେ ଦୁହେଁ ଯୋଗ ଦେଇଥିବା ବେଳେ ଦୁହିଁଙ୍କ ମଧ୍ୟରେ କେତେ ବୁଝାମଣା ରହିଛି, ତାହା ଜଣା ପଡ଼ିଥିଲା । ତେବେ ଏ ସମୟରେ ସାରା ନିଜ ମାତା-ପିତାଙ୍କୁ ନେଇ ଏକ ରାଜ୍ର ଖୁଲାସା କରିଥିଲେ । କିନ୍ତୁ ସମୟ ଅଭାବ ଥିବାରୁ ସେହି ଭିଡିଓ କ୍ଲିପ୍କୁ ପ୍ରସାରଣ କରାଯାଇ ପାରି ନଥିଲା । ଯେଉଁଥିରେ ସାରା ଶେଷ ଥର ପାଇଁ ତାଙ୍କ ମାତା-ପିତା କେବେ ଦେଖା ହୋଇ ସମୟ ବିତାଇଥିଲେ ତାହା କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ମୋତେ ଛାଡ଼ିବା ପାଇଁ ଦୁହେଁ ଆମେରିକା ଯାଇଥିଲେ । ସେଠାକୁ ମୁଁ ପଢ଼ିବାକୁ ଯାଉଥିବା ବେଳେ ଦୁହେଁ ମୋତେ ଛାଡ଼ି ସାଥୀରେ ଡିନର କରି ଫେରିଥିଲେ । ତା’ ପରଠାରୁ ଦୁହେଁ ସାଥୀରେ କେବେ ସମୟ ବିତାଇ ନାହାନ୍ତି ବୋଲି ସାରା କହିଥିଲେ ।