ପ୍ରଥମ ଥର ପାଇଁ ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ଦେଖିଲେ ଆରାଧ୍ୟା, ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ଅଗଷ୍ଟ ୩ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଫନ୍ନେ ଖାନ୍‌’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅନୀଲ କପୁର ଏବଂ ରାଜକୁମାର ରାଓ । ଫିଲ୍ମଟି ଭଲ ବ୍ୟବସାୟ କରି ନଥିଲେ ମଧ୍ୟ ଫିଲ୍ମର କାହାଣୀ ଦେଖିଥିବା ଲୋକଙ୍କୁ ପସନ୍ଦ ଆସିଥିବା ଜଣା ପଡ଼ିଛି । ତେବେ ପ୍ରକୃତ କଥା ହେଲା ପ୍ରଥମ ଥର ପାଇଁ ଐଶର୍ଯ୍ୟାଙ୍କ ଝିଅ ଆରାଧ୍ୟା ଐଶ୍ୱର୍ଯ୍ୟାଙ୍କ ଏହି ଫିଲ୍ମକୁ ମୂଳରୁ ଶେଷ ଯାଏଁ ବସି ଦେଖିଥିଲେ । ଫିଲ୍ମ ଦେଖି ସାରିବା ପରେ ଆରାଧ୍ୟାଙ୍କ ମୁହଁରେ ହସ ଥିଲା । ଐଶ୍ୱର୍ଯ୍ୟାଙ୍କ କହିବା ଅନୁଯାୟୀ, ପ୍ରଥମ ଥର ପାଇଁ ଆରାଧ୍ୟା ମୋ ଫିଲ୍ମ ଶେଷ ପର୍ଯ୍ୟନ୍ତ ଦେଖିଥିଲା।

The Express Tribune

ଏହା ସହ ଫିଲ୍ମ ଦେଖିବା ପାଇଁ ସେ ନିଜର ସାଙ୍ଗ ଏବଂ ତାଙ୍କ ମାତା-ପିତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲା । ଫିଲ୍ମର ଗୋଟିଏ ଗୀତ ସୁଟିଂ ହେଉଥିବା ସମୟରେ ଆରାଧ୍ୟା ସେଠାରେ ଥିବାରୁ ସେ ଏହି ଫିଲ୍ମ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲା । ଫିଲ୍ମ ଦେଖିବା ପରେ ତା’ ମୁହଁରେ ଥିବା ହସରୁ ମୁଁ ସେ କେତେ ଖୁସି ତାହା ମୁଁ ଜାଣି ପାରିଥିଲି ।

ସମ୍ବନ୍ଧିତ ଖବର