ମଲାଇକା ହାତ ଛାଡ଼ିଦେବା ପରେ ହଠାତ୍ ଜଣେ ଇଟାଲୀ ଲଳନା ଜିୟୋର୍ଜିୟା ଅରବାଜଙ୍କ ପ୍ରେମକୁଟୀର ଭିତରକୁ ପଶିଆସିଛନ୍ତି। ଏହା କେତେ ସତ କେତେ ମିଛ! ଇଟାଲିଆନ୍ ମଡେଲ ଓ ଡ୍ୟାନ୍ସର ଜିୟୋର୍ଜିୟା ଏଣ୍ଡ୍ରିୟାନୀ ଭାରତରେ ପହଞ୍ଚି ବଲିଉଡ୍ରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସେ ମୁମ୍ବାଇ ବି-ଟାଉନ୍ରେ ପହଞ୍ଚିବା ପରେ ପ୍ରଯୋଜକ ଅରବାଜ୍ ଖାନ୍ଙ୍କ ସହ ଯୋଡ଼ି ହେଇଛନ୍ତି। କାରଣ ଅରବାଜଙ୍କ ସିନେମାରେ ସେ ଅଭିନୟ କରିବାକୁ ଚାହୁଛନ୍ତି। ଅରବାଜ ମଧ୍ୟ ତାଙ୍କ ପାଇଁ ପୃଷ୍ଠଭୂମି ପ୍ରସ୍ତୁତ କରୁଛନ୍ତି। ମୁମ୍ବାଇ ଆସି ଅବଶ୍ୟ ଜିେୟାର୍ଜିୟା ହାତବାନ୍ଧି ବସିନାହାନ୍ତି। ଏହା ଭିତରେ ଜିୟୋର୍ଜିୟା ୱେଲ୍କମ୍ ଟୁ ବଜରଙ୍ଗପୁର, ଶେହବାଦ ବାଦଶାହ: ଲିଟିଲ୍ ଷ୍ଟାର, କାରୋଲିନ୍ କାମାକ୍ଷୀ, ଗେଷ୍ଟ ଇନ୍ ଲଣ୍ଡନ୍ ଆଦି ମ୍ୟୁଜିକ୍ ଭିଡିଓରେ ଅଭିନୟ କରିସାରିଲେଣି।
କିଛିଦିନ ହେବ ମଲାଇକା ଅରୋରା ଓ ଅରବାଜଙ୍କ ଭିତରେ ବିବାହ ବିଚ୍ଛେଦ ଘଟିଛି। ତେଣୁ ଜିୟୋର୍ଜିୟାଙ୍କୁ ଆରବାଜଙ୍କ ସହ ଦେଖିବା ମାତ୍ରେ ଗୁଜବ ଆରମ୍ଭ ହେଇଯାଇଛି। କିଏ କହୁଛି ଅରବାଜ ଓ ଜିୟୋର୍ଜିୟା ଲିଭ୍ ଇନ୍ ରିଲେସନ୍ରେ ଅଛନ୍ତି ତ ଆଉ କିଏ କହୁଛି ଖୁବଶୀଘ୍ର ଅରବାଜଙ୍କୁ ଜିୟୋର୍ଜିୟା ଜୀବନସାଥୀ କରିବେ। ଏ ବାବଦରେ ଜିୟୋର୍ଜିୟା କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ ସେମାନେ ପରସ୍ପରର ଭଲ ବନ୍ଧୁ। ଏପରିକି ଅରବାଜଙ୍କ ପୂର୍ବପତ୍ନୀ ମଲାଇକାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ଏବେ ଜିୟୋର୍ଜିୟାଙ୍କ ବୟସ ମାତ୍ର ୩୩ ବର୍ଷ। ଅରବାଜ ତାଙ୍କଠାରୁ ୨୨ ବର୍ଷ ବଡ଼।
ତେବେ ବି ଏକ ସାକ୍ଷାତକାରରେ ସେ ଖୋଲିକରି କହିଛନ୍ତି ଯେ ସମ୍ପର୍କ ପାଇଁ ବୟସ ଏକ ମାପକାଠି ନୁହେଁ, ସେ ମୋ ଠାରୁ ଯଥେଷ୍ଟ ବୟସ୍କ ହୁଅନ୍ତୁ ବା ସାନ ହୁଅନ୍ତୁ, ଯଦି ତାଙ୍କର ବ୍ୟକ୍ତିତ୍ବ ଓ ମଣିଷପଣିଆ ମୋତେ ଆକୃଷ୍ଟ କଲା, ତେବେ ତାଙ୍କୁ ଜୀବନସାଥୀ କରିବାରେ ଆପତ୍ତି ନାହିଁ। ଏହା ତ ଭବିଷ୍ୟତର କଥା, ଏବେ କିନ୍ତୁ ଜିୟୋର୍ଜିୟା ଅଭିନୟ, ନିର୍ଦ୍ଦେଶନା ଓ କାହାଣୀ ରଚନାରେ ଧ୍ୟାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/fff1.jpg)