ସଲମାନଙ୍କର ଇଚ୍ଛା ଥିଲେ ମଧ୍ୟ ଏହି କାରଣରୁ ବଡ଼ ଭାଇଙ୍କୁ ନିଜ ସୋ’କୁ ଡ଼ାକିବାକୁ ଚାହୁଁ ନାହାନ୍ତି ଅର୍‌ବାଜ ଖାନ୍‌

ମୁମ୍ବାଇ : ଅଭିନେତା ଅର୍‌ବାଜ ଖାନ୍‌ ଏବେ ନିଜ ସୋ’ ‘ପିଞ୍ଚ୍‌ ବଏ ଅର୍‌ବାଜ ଖାନ୍‌’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ସୋ’ରେ ଏ ପର୍ଯ୍ୟନ୍ତ ବଲିଉଡ୍‌ର ବହୁ କାଳାକାର ଯୋଗ ଦେଇ ସାରିଥିବା ବେଳେ ଅର୍‌ବାଜ ଖାନ୍‌ଙ୍କ ବଡ଼ ଭାଇ ଅଭିନେତା ସଲମାନ ଖାନ୍‌ ମଧ୍ୟ ନିଜ ଭାଇଙ୍କ ସୋ’କୁ ଯିବାକୁ ଚାହୁଁଛନ୍ତି । କିନ୍ତୁ ଅର୍‌ବାଜ ଖାନ୍‌ ନିଜ ସୋ’କୁ ସଲମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜି ନଥିବା କହିଛନ୍ତି । ସଲମାନ ତାଙ୍କ ସୋ’କୁ ଆସନ୍ତୁ, ତାହା ସେ ଚାହୁଁନଥିବା ସ୍ପଷ୍ଟ କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ, “ମୁଁ ନିଜେ କିଛି ନିଜ ପରିଶ୍ରମରେ କିଛି କରିବାକୁ ଚାହୁଁଛି । ସଲମାନ୍‌ ଭାଇ ପ୍ରଥମ ଦିନ ହିଁ ଆସିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ .ସେ ମନା କରି ଦେଇଥିଲି । କାରଣ ମୁଁ ନିଜକୁ ଏବଂ ନିଜ ସୋ’କୁ ସଲମାନ ଭାଇଙ୍କ ବିନା ସମ୍ଭାଳି ପାରୁଛି କି ନାହିଁ ତାହା ଦେଖିବାକୁ ଚାହୁଁଥିଲି । ଯଦି ମୁଁ ମୋ ସୋ’ର ଦ୍ୱିତୀୟ ସିଜିନ୍‌ ନେଇକି ଆସେ, ତେବେ ଯାଇ ସଲମାନ ଭାଇ ମୋ ସୋ’କୁ ଆସିବେ” ବୋଲି କହିଛନ୍ତି ଅର୍‌ବାଜ ।

CinemaScoops.com

ସୂଚନା ମୁତାବକ, ଅର୍‌ବାଜଙ୍କ ସୋ’ରେ କରୀନା କପୁର ଖାନ୍‌, ସୋନାକ୍ଷୀ ସିହ୍ନା, କରଣ ଜୋହର, କପିଲ ଶର୍ମା ଏବଂ ସନ୍ନି ଲିଓନ ଯୋଗ ଦେଇ ସାରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର