ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଅରବାଜ୍ ଖାନ୍ ଏବେ ତାଙ୍କର ପୂର୍ବ ସୁପରହିଟ୍ ଫିଲ୍ମ ‘ଦବଙ୍ଗ୍’ ଓ ‘ଦବଙ୍ଗ୍-୨’ର ସିକ୍ୱେଲ୍ ‘ଦବଙ୍ଗ୍-୩’ର ନିର୍ମାଣ କାମରେ ଅଧିକ ମନୋନିବେଶ କରିଛନ୍ତି। ଅରବାଜ୍ ଖାନ୍ଙ୍କ କହିବା ଅନୁଯାୟୀ ‘ଦବଙ୍ଗ-୩’ର ସ୍କି୍ରପ୍ଟ୍ କାମ ସରିଛି ଓ ସୁଟିଂ ଲୋକେସନ୍ ଖୋଜା ଚାଲିଛି। ଏହାର ସୁଟିଂ ଆଗାମୀ ବର୍ଷ ଫେବୃଆରୀ ମାସରେ ଆରମ୍ଭ ହେବ ବୋଲି ଅରବାଜ୍ ସୂଚନା ଦେଇଛନ୍ତି।
‘ଦବଙ୍ଗ୍-୩’ରେ ସଲମାନ୍ ଖାନ୍ ହିଁ ନାୟକ ଭୂମିକା ନିଭାଇବେ ବୋଲି ସେ କହିଛନ୍ତି। କିନ୍ତୁ କିଏ ଏଥିରେ ନାୟିକା ବନିବେ ତାହା କିଛି ସ୍ପଷ୍ଟ କରିନାହାନ୍ତି ଅରବାଜ୍ ଖାନ୍।
ଅରବାଜ୍ ଖାନ୍ କହିଛନ୍ତି ଯେ ‘ଦବଙ୍ଗ୍-୩’ର ନିର୍ମାଣ ପୂର୍ବରୁ ସେ ଅନ୍ୟ ଏକ କାମରେ ହାତ ଦେଇଛନ୍ତି। ସେ ପିତା ସଲିମ୍ ଖାନ୍ଙ୍କ ଉପରେ ଏକ ବୃତ୍ତଚିତ୍ର ନିର୍ମାଣ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଲିମ୍ ଖାନ୍ ଜଣେ ପ୍ରଖ୍ୟାତ ଲେଖକ। ବିଶେଷକରି ସଲିମ୍-ଜାଭେଦ୍ (ସଲିମ ଖାନ୍-ଜାଭେଦ୍ ଅଖତର) ଯୋଡି ଭାବେ ସେ ପ୍ରସିଦ୍ଧି ହାସଲ କରିଥିଲେ। ଏହି ଯୋଡ଼ି ଶୋଲେ, ଜଂଜୀର୍, ଶକ୍ତି, କ୍ରାନ୍ତି, ଦି ଓ୍ଵାର୍ ଓ ଡନ୍ ସମେତ ବହୁ ବ୍ଲକବଷ୍ଟର ସିନେମାର ସ୍କି୍ରପ୍ଟ୍ ଲେଖିଥିଲେ।
/sambad/media/post_attachments/wp-content/uploads/2018/10/salim-Khan-reacts-1-300x181.jpg)
ସଲିମ୍ ଖାନ୍ଙ୍କ ଉପରେ ଏକ ବାୟୋପିକ୍ ପ୍ରସ୍ତୁତ ହୋଇପାରିବ ବୋଲି ବି ମତ ଦେଇଛନ୍ତି ଅରବାଜ୍ ଖାନ୍। ଏଣେ ନିଜର ବ୍ୟକ୍ତିଗତ ଜୀବନରେ ଅରବାଜ୍ ଖାନ୍ ମଡେଲ୍ ଜର୍ଜିୟା ଆନ୍ଦ୍ରିୟାନ୍ଙ୍କୁ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ହେଲେ ଏ ବିଷୟରେ ମୁହଁ ଖୋଲୁନାହାନ୍ତି ଅରବାଜ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Arbaaz-Khan.jpg)