ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନ, ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ଗତ ରବିବାର ବିବାହ କରିଥିଲେ। ବହୁଦିନରୁ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା କୁହାଯାଇଥିଲା। ରବିବାର ଅରବାଜଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଥିଲେ। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ। ବିବାହ ପରେ ସୋସିଆଲ ମିଡିଆରେ ସେ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଶୁରା ଖାନ୍ ଏକ ଭିଡିଓ ସେୟାର କରିଛନ୍ତି।
View this post on Instagram
ଭିଡିଓରେ ଅରବାଜ କିଭଳି ଶୁରାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ତାହା ଦେଖିବାକୁୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଅରବାଜ୍ ଏକ ପୁଷ୍ପଗୁଚ୍ଛ ଧରି ଶୁରାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଛନ୍ତି। ଏହି ସମୟରେ ତାଙ୍କ ସହ ତାଙ୍କ ପୁଅ, ଭଉଣୀ ଅର୍ପିତା ଖାନ୍ ଓ ଭିଣୋଇ ଆୟୁଶ ଶର୍ମା ଥିବା ଦେଖିବାକୁ ମିଳିଛି।
ଭିଡିଓ ସେୟାର କରି ଶୁରା ଲେଖିଛନ୍ତି, ୧୯ରେ ହଁ କରିବାଠାରୁ ଆରମ୍ଭ କରି ଡିସେମ୍ବର ୨୪ରେ ବିବାହ କରିବା ପର୍ଯ୍ୟନ୍ତ...ଏହା ବହୁତ ଶୀଘ୍ର ଥିଲା। ଏଭଳି ଲେଖିବା ସହ ସେ ଅରବାଜଙ୍କୁ ଟ୍ୟାଗ୍ କରିଥିବା ଦେଖାଯାଇଛି।