ମୁମ୍ବାଇ: ଦୀର୍ଘ ଦିନର ବୈବାହିକ ସମ୍ପର୍କ ପରେ ଅରବାଜ୍ ଖାନ୍ ଏବଂ ମଲାଇକା ଆରୋରା ଅଲଗା ହୋଇଥିଲେ ବି ଉଭୟ ପରସ୍ପର ସହ ଭଲ ସମ୍ପର୍କ ରଖିଛନ୍ତି। ଉଭୟେ ନିଜ ପୁଅ ସହିତ ସମୟ କଟାଇବା ପାଇଁ ସର୍ବସାଧାରଣରେ ପରସ୍ପରକୁ ଭେଟିଥାନ୍ତି। ଏହି ସମୟରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିବା ସହ ହାତ ମିଳାଉଥିବା ଦେଖାଯାଇଥାଏ। ତେବେ ନିକଟରେ ଅଭିନେତ୍ରୀ ତାଙ୍କ ପୁଅର ପୋଡକାଷ୍ଟ ସୋ’ ଡମ୍ବ ବିରିୟାନିକୁ ଆସି ଅରବାଜଙ୍କ ବିଷୟରେ ଅନେକ ଖୁଲାସା କରିଥିଲେ। ଅରବାଜ୍ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ନାହିଁ ବୋଲି କହିଥିଲେ ମଲାଇକା।
ଏ ବିଷୟରେ ଅରବାଜଙ୍କୁ ପଚରାଯିବା ପରେ ସେ କହିଥିଲେ, "ଦେଖନ୍ତୁ, ଏହା ଏକ ମା’ ଏବଂ ପୁଅ ମଧ୍ୟରେ ହୋଇଥିବା କଥାବାର୍ତ୍ତା। ଏହା ତାଙ୍କର ମତ ଥିଲା ଏବଂ ମୁଁ ଅନୁଭବ କରୁଛି ଯେ, ମତ ପ୍ରକାଶ କରିବାର ସମସ୍ତ ଅଧିକାର ତାଙ୍କର ଅଛି। ମୁଁ ସେହି ସାକ୍ଷାତକାର ଦେଖିଛି, ମଲାଇକା ଏହା ମଧ୍ୟ କହିଥିଲେ ଯେ ମୋର ମତ ବହୁତ ସ୍ପଷ୍ଟ। ତେଣୁ ମୁଁ ତାଙ୍କ ମତକୁ ଗ୍ରହଣ କରୁଛି। ଏହାକୁ ନେଇ ଅଧିକ ଗମ୍ଭୀର ହେବାର କିଛି ନାହିଁ।"
ଉଲ୍ଲେଖଯୋଗ୍ୟ, ଡମ୍ବ ବିରିୟାନିରେ ଅରହାନ, ମଲାଇକାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ସେଥିମଧ୍ୟରୁ ଗୋଟାଏ ଥିଲା ଅରବାଜଙ୍କର କେଉଁ ଜିନିଷକୁ ସେ ପସନ୍ଦ ଏବଂ ନାପସନ୍ଦ କରନ୍ତି। ଏହାର ଉତ୍ତରରେ ମଲାଇକା କହିଥିଲେ, "ତୁମର ଆଚରଣ ଠିକ୍ ତାଙ୍କ ଭଳି। ଯଦିଓ ଏହା ଅତ୍ୟନ୍ତ ଆକର୍ଷଣୀୟ ନୁହେଁ। ତୁମେ ମଧ୍ୟ ତାଙ୍କ ପରି ଶୀଘ୍ର ନିଷ୍ପତ୍ତି ନେବାକୁ ସକ୍ଷମ ନୁହଁ, ଯାହା ମୁଁ ପସନ୍ଦ କରେ ନାହିଁ। କେଉଁ ରଙ୍ଗର ସାର୍ଟ ପିନ୍ଧିବେ ଏବଂ କେଉଁ ଖାଦ୍ୟ ଖାଇବେ ତାହା ସେ ସ୍ଥିର କରିପାରନ୍ତି ନାହିଁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/t-215.jpg)