ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅରବାଜ ଖାନଙ୍କ ଦ୍ୱିତୀୟ ପତ୍ନୀ ସୁରା ଖାନ ଗତ କିଛି ଦିନ ଧରି ତାଙ୍କ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅରବାଜ ଓ ସୁରା ଖୁବଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି। ଦୁହେଁ କିନ୍ତୁ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି।
ସମ୍ପ୍ରତି ସୁରାଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସୁରା ଖୋଲାଖୋଲି ଭାବରେ ତାଙ୍କର ବେବି ବମ୍ପ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।
ଏହି ଭିଡିଓ ସାମ୍ନାକୁ ଆସିବା ପରେ, ସୁରାଙ୍କ ଗର୍ଭବତୀ ହେବା ଖବର ନିଶ୍ଚିତ ହୋଇଛି। ୫୭ ବର୍ଷ ବୟସରେ ଅରବାଜ ଖାନ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଥିବା ବେଳେ, ସୁରା ତାଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବେ। ଏନେଇ ଦମ୍ପତି ଖୁବ ଉତ୍ସାହିତ ଅଛନ୍ତି। ଭିଡିଓରେ ଅଭିନେତାଙ୍କ ପ୍ରଶଂସକମାନେ ଅଭିନନ୍ଦନ ଜଣାଇବା ସହିତ ଖୁବଶୀଘ୍ର ଆସିବାକୁ ଥିବା ନୂଆ ଅତିଥିର ଆଗମନକୁ ସ୍ବାଗତ ଜଣାଇଛନ୍ତି।
ଅରବାଜ ଏବଂ ସୁରା ୨୦୨୩ ଡିସେମ୍ବର୨୪ ରେ ମୁମ୍ବାଇରେ ବିବାହ କରିଥିଲେ। ସୁରା ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ମେକଅପ୍ ଆର୍ଟିଷ୍ଟ ଥିଲେ ଏବଂ ଅରବାଜ ଫିଲ୍ମଟି ପ୍ରଯୋଜନା କରିଥିଲେ। ଏହିଠାରୁ ଦୁହିଁଙ୍କ ପ୍ରେମ ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/27/t8Fcpe2AYTVBIAWVwplL.jpeg)