ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅରବାଜ ଖାନଙ୍କୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି।  ଏହି ଖୁସି ଖବରଟି ହେଉଛି ଅରବାଜ ପୁଣିଥରେ ବିବାହ କରିବେ। ଅଭିନେତାଙ୍କ ବିବାହ ଖବର ଏବ ଚର୍ଚ୍ଚାରେ ରହିଛି।

Advertisment

ଅରବାଜ ଖାନ ୧୯୯୮ ମସିହା ଡିସେମ୍ବର ୧୨ ତାରିଖରେ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ବିବାହର ୧୯ ବର୍ଷ ପରେ ମଲାଇକା ଓ ଅରବାଜଙ୍କର ଛାଡ଼ପତ୍ର ହୋଇଯାଇଥିଲା । ମଲାଇକାଙ୍କ ଠାରୁ ଅଲଗା ହେବା ପରେ ଅରବାଜ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ଡେଟ କରୁଥିଲେ। କିଛିଦିନର ଡେଟ ପରେ ଅରବାଜ ଏବଂ ଜର୍ଜିଆଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ଦୁହେଁ ଅଲଗା ହୋଇଯାଇଥିଲେ।

ଏଇକିଛି ଦିନ ହେବ ଅରବାଜଙ୍କ ବିବାହ ଖବର ଚର୍ଚ୍ଚାରେ ଅଛି। ସେ ମେକଅପ ଆର୍ଟିଷ୍ଟ ଶୌର ଖାନଙ୍କୁ ଡେଟ କରୁଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି। ‘ପାଟନା ଶୁକ୍ଳା’ ଫିଲ୍ମର ସେଟରେ ଶୌରା ଏବଂ ଅରବାଜଙ୍କ ଦେଖା ହୋଇଥିଲା, ଯାହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

କିଛିଦିନର ପ୍ରେମ ସମ୍ପର୍କ ପରେ ଅରବାଜ ଓ ଶୌର ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁହିଁଙ୍କ ବିବାହ ଡିସେମ୍ବର ୨୪ ତାରିଖରେ ହେବ ବୋଲି ସ୍ଥିର ହୋଇଛି। ଏହି ବିବାହରେ କେବଳ ଅରବାଜ ଓ ଶୌରଙ୍କ ପରିବାର ସଦସ୍ୟ ଏବଂ କିଛି ଖାସ ବନ୍ଧୁମାନେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି।

୫୬ବର୍ଷ ବୟସରେ ଅରବାଜଙ୍କ ବିବାହ ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ଖୁସି ହୋଇଯାଇଛନ୍ତି। ଏଥିସହିତ ଅନ୍ୟମାନେ ଅରବାଜ  ଏତେ ତରବାର ହୋଇ କାହିଁକି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହାର କାରଣ ବୁଝି ହେଉନାହିଁ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି।