ଏହି ‘ଖାନ୍‌’ଙ୍କ ପାଇଁ ସୁପରଷ୍ଟାର୍‌ ହୋଇଛନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଟପ୍‌ ଷ୍ଟାର୍‌ ଅକ୍ଷୟ କୁମାର ଆଜି କାହାପାଇଁ ସୁପରଷ୍ଟାର୍‌ ହୋଇଛନ୍ତି ତାହା ଜାଣନ୍ତି କି? ହଁ ସେ ଜଣେ ଅଭିନେତା-ନିର୍ମାତା-ନିର୍ଦ୍ଦେଶକଙ୍କ ପାଇଁ ଏହା ହୋଇଛନ୍ତି। ଆଉ ସେହି ବ୍ୟକ୍ତଜଣକ ହେଉଛନ୍ତି ଅରବାଜ୍‌ ଖାନ୍‌। ଏକଥା ନିଜେ ଅରବାଜ୍‌ କହିଛନ୍ତି। ନିକଟରେ ସେ କହିଛନ୍ତି ଯେ ନିର୍ଦ୍ଦେଶକ ଯୋଡି ଅବ୍ଦାସ୍‌-ମସ୍ତାନ୍‌ ତାଙ୍କୁ ପ୍ରଥମେ ଫିଲ୍ମ‘ ଖିଲାଡି’ରେ ଅକ୍ଷୟ କୁମାର କରିଥିବା ଭୂମିକାର ଅଫର୍‌ ଦେଇଥିଲେ। ମାତ୍ର ଡେଟସ୍‌ ସମସ୍ୟା ହେତୁ ସେହି ଅଫରକୁ ହାତଛଡ଼ା କରିଥିଲେ ଅରବାଜ୍‌ ଖାନ୍‌। ପରେ ସେହି ଭୂମିକାଟି ମିଳିଥିଲା ଅକ୍ଷୟ କୁମାରଙ୍କୁ।

photo-news18.com

ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି ଯେ ଯେଉଁ ସିନେମାଲାଗି ଅରବାଜ୍‌ ଖାନ ‘ଖିଲାଡି’ର ଅଫରକୁ ହାତଛଡ଼ା କରିଥିଲେ ତାହା କେବେ ବି ଫ୍ଲୋରକୁ ଯାଇ ନଥିଲା। ଏଥିପାଇଁ ଆଜି ବି ଅନୁତାପ କରନ୍ତି ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଅରବାଜ୍‌ ଖାନ୍‌। ଏହାପରେ ଅବଶ୍ୟ ନିର୍ଦ୍ଦେଶକ ଯୋଡି ଅବ୍ଦାସ୍‌-ମସ୍ତାନ୍‌ଙ୍କ ନିର୍ଦ୍ଦେଶିତ ‘ଦରାର୍‌’ରେ କାମ କରିଥିଲେ ଅରବାଜ୍‌ ଖାନ୍‌। ‘ଖିଲାଡି’ ରିଲିଜ୍‌ ହେବାପରେ ଅକ୍ଷୟ କୁମାର ଷ୍ଟାରଡମ୍‌ ହାସଲ କରିଥିଲେ ।

ସମ୍ବନ୍ଧିତ ଖବର