କପିଲ୍‌ ଶର୍ମା ସୋ’ରେ ଅର୍ଚ୍ଚନାଙ୍କ ସ୍ଥାନରେ ନଜର ଆସିପାରନ୍ତି ଏହି ଟପ୍‌ ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: କପିଲ୍‌ ଶର୍ମା ସୋ’ର ପ୍ରଶଂସକ ଅଧାରୁ ଅଧିକାଂଶ ଲୋକ ହୋଇଥିବା ବେଳେ ଏହି ସୋ’ର ସମସ୍ତ ଚରିତ୍ର ଦର୍ଶକଙ୍କ ମନରେ ରହିଥାନ୍ତି। ଏହି କେମଡି ସୋ’ଟି ମନ ଯେତେ ଖରାପ ଥିଲେ ବି ଓଠରେ ହସ ଆଣି ଦେଇଥାଏ।

ସୋ’ରେ କପିଲ ଶର୍ମାଙ୍କ ପରି ଅନ୍ୟ କଳାକାରମ‌ାନେ ବି ଭର୍‌ପୂର ମନୋରଞ୍ଜନ କରାଇଥାନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ କପିଲ୍‌ ସୋ’ରେ ପୂର୍ବରୁ ନବ୍‌ଜୋର୍‌ ସିଂହ ସିଦ୍ଧୁ ବସୁଥିବା ବେଳେ ଏବେ ତାଙ୍କ ସ୍ଥାନରେ ନଜର ଆସୁଛନ୍ତି ଅର୍ଚ୍ଚନା ପୁରନ ସିଂହ।

କମେଡି ସୋ’ରେ ଚାର୍‌ ଚାନ୍ଦ ଲଗାଇ ଦେଇଥାନ୍ତି ଅର୍ଚ୍ଚନା। ତେବେ ସିଦ୍ଧୁ ‌ଏବେ ଜେଲ୍‌ରେ ଥିବା ହେତୁ ତା‌ଙ୍କ ଦାୟିତ୍ବ ସମ୍ଭାଳୁଛନ୍ତି ଅର୍ଚ୍ଚନା। ତାଙ୍କ ଫେରିବା ପରେ ଅର୍ଚ୍ଚନା ସୋ’ରେ ରହିବେ କି ନାହିଁ ସେ ନେଇ ପ୍ରଶଂସକଙ୍କ ମନରେ ଦ୍ବନ୍ଦ୍ବ ଉପୁଜିଛି।

ମାତ୍ର ‌ଏନେଇ ଭିନ୍ନ ମତ ରଖିଛନ୍ତି ନିଜେ ଅର୍ଚ୍ଚନା। ସେ ନିକଟରେ ଏକ ଏପିସୋଡରେ ନିଜର ବିପଦ ଭାବେ ସିଦ୍ଧୁ ନୁହେଁ, ବରଂ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କୁ ଭାବନ୍ତି ବେ‌ାଲି କହିଛନ୍ତି। ଆପଣ ବି ଜାଣିବାକୁ ବିବ୍ରତ ହେଉଥିବେ ଯେ ସେ ଅଭିନେତ୍ରୀ ଜଣକ କିଏ?

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅର୍ଚ୍ଚନା ନିଜ ସ୍ଥାନରେ ଯେଉଁ ଅଭିନେତ୍ରୀଙ୍କୁ ନେଇ ଅଶଙ୍କା କରୁଛନ୍ତି ସେ ହେଉଛନ୍ତି କାଜଲ୍‌। ଜାଣିବାକୁ ମିଳିଛି ଯେ କାଜଲ୍‌ ଅର୍ଚ୍ଚନାଙ୍କ ସ୍ଥାନରେ କପିଲ୍‌ ସୋ’ରେ ଦେଖା ଦେଇପାରନ୍ତି। ତେବେ କାଜଲ ସୋ’ରେ ରହିଲେ ଦର୍ଶକମାନେ ଭର୍‌ପୂର ମନୋରଞ୍ଜନ ପାଇବେ।

ସମ୍ବନ୍ଧିତ ଖବର