ଏହି କାରଣ ପାଇଁ ବନ୍ଦ ହେବ ଦ କପିଲ ଶର୍ମା ‌ସୋ’

ମୁମ୍ବାଇ: ଗତ କିଛି ବର୍ଷ ଧରି ଲୋକଙ୍କୁ ହସାଇ ଆସୁଥିବା ଦ କପିଲ ଶର୍ମା ସୋ’ କିଛି ଦିନ ମଧ୍ୟରେ ବନ୍ଦ ହେବାକୁ ଯାଉଛି। ବନ୍ଦ ହେବା ପୂର୍ବରୁ ସୋ’ର ଶେଷ କିଛି ଅଧ୍ୟାୟରେ କିଛି ପରିବର୍ତ୍ତନ କରାଯାଇ ଏହାର ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି। କରୋନା ମହାମାରୀକୁ ଦେଖି ସୋ’ରେ ଦର୍ଶକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିବା ବେଳେ ଏବେ ନିର୍ମାତା ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

लाइव ऑडिएंस
amarujala

ହେଲେ ବନ୍ଦ ହେବା ପୂର୍ବରୁ ସୋ’ର କିଛି ଅଧ୍ୟାୟ ଦର୍ଶକଙ୍କୁ ଲାଇଭ ଦେଖିବାକୁ ମିଳିବ। ଅର୍ଥାତ ଲୋକେ ସୋ’ ଦେଖିବା ପାଇଁ ପୂର୍ବଭଳି ସୋ’ର ସେଟକୁ ଯାଇପାରିବେ। ବନ୍ଦ କରିବା ପୂର୍ବରୁ ଦର୍ଶକଙ୍କୁ ପୂର୍ବ ଅନୁଭୁତି ଦେବା ପାଇଁ ନିର୍ମାତା ଏଭଳି ଯୋଜନା କରିଛନ୍ତି। ସୋ’ର ଜଜ୍ ଅର୍ଚ୍ଚନା ପୁରଣ ସିଂ ରବିବାର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେଟରେ ତାଙ୍କ ପଛରେ ଦର୍ଶକ ବସିଥିବା ଦେଖାଯାଇଥିଲା। ଏହି ଅଧ୍ୟାୟର ପ୍ରସାରଣ ହୋଇସାରିଥିବା ବେଳେ କେବଳ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ସୁଟିଂ କରାଯାଇଥିବା ଜଣାପଡ଼ିଛି। ଏତେ ଦିନ ପ‌ରେ ଲାଇଭ୍ ଦର୍ଶକଙ୍କ ସହ ସୁଟିଂ କରି ବହୁତ ଖୁସି ବୋଲି ଭିଡିଓରେ ଅର୍ଚ୍ଚନା କହୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର