୨୦୧୮ରେ ଦେଖା ଦେଲେନି , ହେଲେ ୧୯ ଆରମ୍ଭରେ ଆସୁଛନ୍ତି ଏହି ଓଲିଉଡ ନାୟିକା

0

ଭୁବନେଶ୍ୱର: ୨୦୧୮ରେ ଓଲିଉଡର ଲୋକପ୍ରିୟନାୟିକା ଅର୍ଚ୍ଚିତାଙ୍କୁ କୌଣସି ଗୋଟିଏ ସିନେମା ରିଲିଜ୍‌ ହେଲା ନାହିଁ। ଏ ବର୍ଷ ତାଙ୍କ ଅଭିନୀତ ‘ଚମ୍ପିଆନ୍‌’ରିଲିଜ୍‌ ହେବ ବୋଲି ଶୁଣାଯାଉଥିଲା, କୁହାଗଲା ଯେ ଏହା ବର୍ଷ ଶେଷରେ ରିଲିଜ୍‌ ହେବ ମାତ୍ର ତାହା ହେଲା ନାହିଁ। ଏହା ଫଳରେ ଅର୍ଚ୍ଚିତାଙ୍କୁ ପରଦା ଉପରେ ଦେଖିବାକୁ ମିଳିଲା ନାହିଁ।ଏହା ୨୦୦୫ପରେ ପ୍ରଥମ ବର୍ଷ ଯେଉଁ ବର୍ଷ ଓଲିଉଡର ଷ୍ଟାଇଲିସ ହିରୋଇନ୍‌ ଅର୍ଚ୍ଚିତାଙ୍କର ଗୋଟିଏ ବି ସିନେମା ରିଲିଜ୍‌ ହେଲା ନାହିଁ ।

ହେଲେ ୨୦୧୯ର ଓଲିଉଡର ଏହି ପପୁଲାର ହିରୋଇନ୍‌ ଅର୍ଚ୍ଚିତାପୁଣି ଫେରୁଛନ୍ତି।ପ୍ରାୟ ସାତ ବର୍ଷପରେ ବାବୁସାନଙ୍କ ସହ ପରଦା ଉପରକୁ ପୁଣି ଆସୁଛନ୍ତି। ବାବୁସାନ୍‌ – ଅର୍ଚ୍ଚିତା ଯୋଡ଼ି ଯେଉଁ ସିନେମା ଜରିଆରେ କମ୍‌ବ୍ୟାକ୍‌ କରୁଛନ୍ତି,ତାହାର ଟାଇଟଲ୍‌ ହେଲା ‘ଅଜବ ସଂଜୁର ଗଜବ ଲଭ୍‌’ ।ଏହା ଜାନୁଆରି ମାସରେ ରିଲିଜ୍‌ ହେଉଥିବାର ସୂଚନା ମିଳିଛି। ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି। ଏହି ସିନେମାରେ ମିହିର ଦାସ, ବି ଅଛନ୍ତି। ଏହାର ପ୍ରଯୋଜନା କରିଛନ୍ତି ସାଇଶ୍ରଦ୍ଧା ଟେଲି ପ୍ରଡକସନ୍ସ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.