ଓଲିଉଡର ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ମାତ୍ର ଦୁଇଟି ଫିଲ୍ମରେ ଅର୍ଚ୍ଚିତା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଅର୍ଚ୍ଚିତା କେତେଜଣ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ସୁଧାଂଶୁ ମୋହନ ସାହୁ। ତାଙ୍କ ସହ ଅର୍ଚ୍ଚିତା ଏଯାଏ ମାତ୍ର ଦୁଇଟି ଓଡ଼ିଆ ସିନେମାରେ କାମ କରିଛନ୍ତି। ଏଥିମଧ୍ୟରୁ ପ୍ରଥମଟି ହେଲା ରାଜା ଝିଅ ସାଙ୍ଗେ ହେଇଗଲା ଭାବ । ଏହି ଛବିରେ ଅରିନ୍ଦମ୍ ଥିଲେ ନାୟକ ଭୂମିକାରେ। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ମହାଶ୍ବେତା, ହରି, ପ୍ରଦ୍ୟୁମ୍ନ ଲେଙ୍କା ଓ ମିହିର ଦାସ ପ୍ରମୁଖ ଅଭିନୟ କରିଥିଲେ। ରାଜା ଝିଅ ସାଙ୍ଗେ ହେଇଗଲା ଭାବ ୨୦୧୨ରେ ମୁକ୍ତିଲାଭ କରିଥିଲା।
ଏହାପରେ ଅର୍ଚ୍ଚିତା ପ୍ରାୟ ୫ ବର୍ଷ ପରେ ପୁଣି ସୁଧାଂଶୁ ମୋହନ ସାହୁଙ୍କ ନିର୍ଦେଶିତ ଓଡ଼ିଆ ଛବି ‘ଶିବା ନଟ୍ ଆଉଟ୍’ରେ ନଜର ଆସିଥିଲେ। ଏହି ସିନେମାରେ ବି ଅରିନ୍ଦମ-ଅର୍ଚ୍ଚିତା ଯୋଡ଼ିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଏହାପରେ ଗତ ୫ ବର୍ଷ ହେବ ସୁଧାଂଶୁଙ୍କ ଅନ୍ୟ କୌଣସି ଓଡ଼ିଆ ଛବିରେ ଅଭିନୟ କରିନାହାନ୍ତି ଅର୍ଚ୍ଚିତା।

ଉଲ୍ଲେଖଯୋଗ୍ୟ, ସୁଧାଂଶୁ ମୋହନ ସାହୁଙ୍କ ନିର୍ଦେଶିତ ଓଡ଼ିଆ ଛବିଗୁଡ଼ିକ ହେଲା ‘କିଏ ପୋଛିବ ମାଆ ଆଖିର ଲୁହ, ‘ସମୟ ଖେଳୁଛି ଚକାଭଉଁରୀ’, ‘ସହର ଜଳୁଛି’, ‘ପ୍ରେମ ଋତୁ ଆସିଲାରେ’, ଡନ୍’, ‘ପର୍ଶୁରାମ’, ସ୍ବୟଂସିଦ୍ଧା, ପ୍ରେମୀ ନମ୍ବର ଓ୍ବାନ୍, ଶତ୍ରୁସଂହାର, କଲେଜ୍ ଟାଇମ୍, ରାଜା ଝିଅ ସାଙ୍ଗେ ହେଇଗଲା ଭାବ, ମୁଁ ପ୍ରେମୀ ମୁଁ ପାଗଳ, ପ୍ରେମରେ ପ୍ରେମରେ, ତୋର ଦିନେକୁ ମୋର ଦିନେ, ପାରିବେନି କେହି ଅଲଗା କରି, ମୁଁ ରାଜା ତୁ ରାଣୀ, ଶିବା ନଟ୍ ଆଉଟ୍, ଭଉଁରି, ଲୋକାଲ୍ ଟୋକା ଲଭ୍ ଚୋଖା ଓ ପ୍ରେମ ଏଟିଏମ୍।
ଅର୍ଚ୍ଚିତା ସୁଧାଂଶୁ ମୋହନ ସାହୁଙ୍କ ବ୍ୟତୀତ ପ୍ରଶାନ୍ତ ନନ୍ଦ, ବସନ୍ତ ସାହୁ, ସଞ୍ଜୟ ନାୟକ, ହିମାଂଶୁ ପରିଜା, ଚକ୍ରଧର ସାହୁ, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ମୃତ୍ୟୁଞ୍ଜୟ ସାହୁ, ଦେବୁ ପଟ୍ଟନାୟକ ଓ ମୁରଲୀକ୍ରୀଷ୍ଣାଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି।

ସମ୍ବନ୍ଧିତ ଖବର