ଓଡ଼ିଶା କୁଇନ୍ କଲ୍‌ଚରାଲ୍‌ ଫେଷ୍ଟ ଇଭେଣ୍ଟ ଓ ଆର୍‌ ଆର୍‌ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକ୍ସନ୍‌ସ ଆୟୋଜିତ ପଞ୍ଚମ ‘ଓଡ଼ିଶା କୁଇନ୍’ର ଅଡିସନ୍ ଆଗାମୀ ୧୭ ତାରିଖରୁ ବ୍ରହ୍ମପୁରରୁ ଆରମ୍ଭ ହେଉଛି। ତା’ପରେ କଟକରେ ଅଡିସନ୍ ୨୪ ତାରିଖରେ ଓ ଭୁବନେଶ୍ବରରେ ଶେଷ ଅଡିସନ୍ ସେପ୍‌ଟେମ୍ବର ୧୨ରେ ଅନୁଷ୍ଠିତ ହେବ। ଏଥର ଏହାର ବ୍ରାଣ୍ଡ୍ ଆମ୍ବାସଡର୍ ଅଛନ୍ତି ଓଲିଉଡ୍‌ ତାରକା ଅର୍ଚ୍ଚିତା ସାହୁ।

Advertisment

ଏ ନେଇ ସୂଚନା ଦେଇଛନ୍ତି ଇଭେଣ୍ଟସ୍ ପରିଚାଳନା ମୁଖ୍ୟ ତଥା ସିନେପ୍ରଯୋଜକ ରମେଶ ବାରିକ। ଆଗରୁ ‘ଓଡ଼ିଶା କୁଇନ୍’ରେ ବିଚାରକ ଭାବେ ବଲିଉଡ୍‌ ତାରକା ମଲାଇକା ଅରୋରା, ଜରିନ୍ ଖାନ୍, ମାନୁଷୀ ଛିଲ୍ଲର ଓ ଆଫତାବ ଶିବଦାସାନୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ପ୍ରତିଭାବାନ୍ ଯୁବତୀଙ୍କୁ ଚୟନ କରି ଫିଲ୍ମ, ସିରିଏଲ୍ ଓ ଆଲବମ୍‌ରେ ସୁଯୋଗ ଦିଆଯାଉଛି। ଭୁବ‌ନେଶ୍ବରରେ ଏହାର ଗ୍ରାଣ୍ଡ୍ ଫିନାଲେ ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏହାର ବିଭିନ୍ନ ପର୍ଯ୍ୟାୟରେ ବିଚାରକ ଭାବେ ଓଲିଉଡ୍‌ କଳାକାରମାନେ ଅଂଶଗ୍ରହଣ କରିବେ।