ଘରେ କେମିତି ପ୍ରସ୍ତୁତ କରିବେ ମାସ୍କ, କରିଦେଖାଇଲେ ଅଭିନେତ୍ରୀ ଅର୍ଚିତା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାବେଳେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି | ତେବେ ଲୋକଙ୍କ ତୁଳନାରେ ମାସ୍କ ସଂଖ୍ୟା କାମ ଥିବାରୁ ପର୍ଯ୍ୟାପ୍ତ ମାସ୍କ ଯୋଗାଇଦେବାକୁ ଏବେ ଅନେକ ସ୍ବେଛାସେବୀ ସଂଗଠନ, ସ୍ୱୟଂସହାୟିକା ଗୋଷ୍ଠୀ, ଜେଲରେ ଥିବା କଏଦୀ ଅଣ୍ଟା ଭିଡିଛନ୍ତି | ଆଉ ମାସ୍କ ପ୍ରସ୍ତୁତି ପାଇଁ ଏବେ ଓଲିଉଡ଼ର ଚୁଲବୁଲି ନାୟିକା ଅର୍ଚିତା ମଧ୍ୟ ଆଗକୁ ଆସିଛନ୍ତି |

ଅର୍ଚିତା କେବଳ ମାସ୍କ ତିଆରି କରିନାହାନ୍ତି ବରଂ ସହଜରେ ଘରେ କେମିତି ମାସ୍କ ପ୍ରସ୍ତୁତ କରିହେବ ତାହାର କୌଶଳ ଶିଖାଇଛନ୍ତି | ଏନେଇ ଅର୍ଚିତା ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିବା ସହ ନିଜ ପାଇଁ ଖଣ୍ଡିଏ ମାସ୍କ ପ୍ରସ୍ତୁତ କରିବାକୁ ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି |

ତେବେ ଅର୍ଚିତାଙ୍କ ଏହି ମାସ୍କ ପ୍ରସ୍ତୁତି କୌଶଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୁବ ପସନ୍ଦ କରିଛନ୍ତି | ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଚିତାଙ୍କ ଏହି ଭିଡିଓ ଲୋକଙ୍କୁ ପ୍ରେରଣା ଦେବ ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି |

ସମ୍ବନ୍ଧିତ ଖବର