ଭୁବନେଶ୍ୱର: ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଓଲିଉଡ଼୍ରେ ଅନେକ ସମୟରେ ଦୁଇଜଣ ନାୟିକାଙ୍କୁ ନେଇ ସିନେମା ତିଆରି କରିଥାନ୍ତି। ଏହି କାରଣରୁ ଏକାଠି ଗୋଟିଏ ସିନେମାରେ କାମ କରିବାର ସୁଯୋଗ ମିଳିଥାଏ ଦୁଇ ଜଣ ନାୟିକାଙ୍କୁ । ହୁଏତ ଏମାନଙ୍କ ମଧ୍ୟରୁ ଜଣେ ସିନିଅର୍ ଓ ଆରଜଣକ ଜୁନିଅର୍ ହୋଇଥିବା ହେତୁ ଗୋଟିଏ ସିନେମାରେ ସ୍କ୍ରିନ୍ ସେଆର୍ କରିବାକୁ ରାଜି ହୁଅନ୍ତି।
ଏଭଳି ଦୁଇ ଓଲିଉଡ଼୍ ନାୟିକା ହେଲେ ଅର୍ଚ୍ଚିତା ଓ ପ୍ରକୃତି ମିଶ୍ର। ଅର୍ଚ୍ଚିତା ୨୦୦୫ରେ ହୋଇଥିବା ଫିଲ୍ମ ‘ଓ ମାଇଁ ଲଭ୍’ ଜରିଆରେ ଓଲିଉଡ଼୍ରେ ଏଣ୍ଟ୍ରି ନେଇଥିଲେ।ଅପରପକ୍ଷରେ ଶିଶୁ କଳାକାରରୁ ପ୍ରକୃତି ମିଶ୍ର ନାୟିକା ସାଜିଥିଲେ ପ୍ରଥମେ ଫିଲ୍ମ ‘ଥୁକୁଲ୍’ରେ,ଯାହା ୨୦୧୨ରେ ପରଦାକୁ ଆସିଥିଲା। ଏ ଦୃଷ୍ଟିରୁ ଅର୍ଚ୍ଚିତା ପ୍ରକୃତିଙ୍କ ଠାରୁ ସିନିଅର୍।
ପ୍ରଥମ ସିନେମାରେ ହିଁ ପ୍ରକୃତି ଅର୍ଚ୍ଚିତାଙ୍କ ସହ ସ୍କ୍ରିନ୍ ସେଆର୍ କରିଥିଲେ। ଏଥିରେ ନାୟକ ଭୂମିକାରେ ନଜର ଆସିଥିଲେ ଷ୍ଟାର୍ସନ୍ ବାବୁସାନ୍। ତା’ପରେ ଅର୍ଚ୍ଚିତା ଓ ପ୍ରକୃତି ଦ୍ୱିତୀୟ ଓ ଅନ୍ତିମ ଥର ଲାଗି ଏକାଠି ଆସିଥିଲେ ‘ଏସି ପି ସାଗରିକା’ରେ।
Sambad is now on WhatsApp
Join and get latest news updates delivered to you via WhatsApp
‘ଥୁକୁଲ୍’ର ନିର୍ଦ୍ଦେଶନା ଦେଇଥିଲେ ଲୋକପ୍ରିୟ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ। ଏଥିରେ ବାବୁସାନ୍,ଅର୍ଚ୍ଚିତା ଓ ପ୍ରକୃତିଙ୍କ ବ୍ୟତୀତ ସମରେଶ,କୁନା ତ୍ରିପାଠୀ ,ଅପରାଜିତା ,ପୁପିନ୍ଦର୍ ଓ ଶ୍ୱେତା ଆଚାର୍ଯ୍ୟ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ‘ଏସି ପି ସାଗରିକା’ରେ ପ୍ରକୃତିଙ୍କ ସହ ଓଲିଉଡ଼୍ ଡ଼େବ୍ୟୁ କରିଥିଲେ ହ୍ୟାଣ୍ଡ୍ସମ୍ ହିରୋ ଅଭିଷେକ। ଏତଦ୍ବ୍ୟତୀତ ମିହିର ଦାସ,ଚୌଧୁରୀ ବିକାଶ ଦାସ ଓ ପ୍ରିୟଙ୍କା ପ୍ରମୁଖ ନଜର ଆସିଥିଲେ। ‘ଏସିପି ସାଗରିକା’ଫିଲ୍ମରେ ଅର୍ଚ୍ଚିତାଙ୍କ ବିପକ୍ଷରେ କେହି ନାୟକ ନ ଥିଲେ।