ପ୍ରଥମଟି ନୁହେଁ ଦ୍ୱିତୀୟ ସିନେମାରୁ ଆରମ୍ଭ ହୋଇଥିଲା ଅର୍ଚ୍ଚିତାଙ୍କର ଜୟଯାତ୍ରା

ଭୁବନେଶ୍ୱର: ଓଲିଉଡ଼୍‍ର ଲୋକପ୍ରିୟ ନାୟିକାମାନଙ୍କ ମଧ୍ୟରୁ ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି, ଅର୍ଚ୍ଚିତା। ତାଙ୍କର ଦୁଇଟି ସିନେମା ଏବେ ରିଲିଜ୍‌ ଅପେକ୍ଷାରେ ରହିଛି । ଏହା ହେଲା ଚମ୍ପିଆନ୍‌ ଏବଂ ଅଜବ ସଂଜୁର ଗଜବ ଲଭ୍‌। ସେ ଫିଲ୍ମ ଲାଇନ୍‍ରେ ପାଦ ଥାପିବା ବେଳୁ ହିଁ ଚର୍ଚ୍ଚିତା ହୋଇଛନ୍ତି।
ଅର୍ଚ୍ଚିତାଙ୍କ ଡ଼େବ୍ୟୁ ଫିଲ୍ମ ହେଲା ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ‘ଓ ମାଇଁ ଲଭ୍‌’।୨୦୦୫ରେ ରିଲିଜ୍‌ ହୋଇଥିବା ଏହି ସିନେମାରେ ତାଙ୍କର ନାୟକ ସାଜିଥିଲେ ନବାଗତ ରାଜ୍‌ଦୀପ୍‌।ଏହା ଏକ ଟିନ୍‌ ଏଜ୍‌ ଲଭ୍‌ଷ୍ଟୋରି।ଏହି ଫିଲ୍ମକୁ କିନ୍ତୁ ଆଶାନୁରୂପ ସଫଳତା ମିଳିନଥିଲା।ପ୍ରକାରାନ୍ତରେ କହିବାକୁ ଗଲେ ଅର୍ଚ୍ଚିତାଙ୍କ ପ୍ରଥମ ସିନେମା ଫ୍ଲପ୍‌ ହୋଇଥିଲା,ମାତ୍ର ଏଥିରେ ସେ ପ୍ରଭାବଶାଳୀ ଅଭିନୟ କରିଥିଲେ।


ଅର୍ଚ୍ଚିତାଙ୍କୁ ପ୍ରକୃତରେ ସଫଳତା ମିଳିଥିଲା ଦ୍ୱିତୀୟ ସିନେମାରେ।ଏହା ହେଲା ବାଲୁଙ୍କେଶ୍ୱର ଫିଲ୍ମସ୍‌ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ‘ବାବୁ ଆଇ ଲଭ୍‌ୟୁ’।ଏଥିରେ ବି ଅର୍ଚ୍ଚିତା ଜଣେ ନବାଗତ ନାୟକ ଚନ୍ଦନଙ୍କ ବିପକ୍ଷରେ ସାଜିଥିଲେ ନାୟିକା।‘ବାବୁ ଆଇ ଲଭ୍‌ୟୁ’ବି ଥିଲା ଏକ ପ୍ରେମକାହାଣୀ ଆଧାରିତ ସିନେମା।ଏହାକୁ ମିଳିଥିଲା ବିପୁଳ ବ୍ୟବସାୟିକ ସଫଳତା।ଅର୍ଚ୍ଚିତାଙ୍କ ଦ୍ୱିତୀୟ ସିନେମାଟି ସୁପର୍‌ହିଟ୍‌ ହେବାପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି।

ସମ୍ବନ୍ଧିତ ଖବର