ପୂଜାରେ ପୁଣି ଅର୍ଦ୍ଧେନ୍ଦୁ

‘ପରଦେଶୀ ଚଢ଼େଇ’ ଚଳଚ୍ଚିତ୍ର ଭେଟି ଦେଇଥିବା ଅଭିନେତା ଅର୍ଦ୍ଧେନ୍ଦୁ ପୁଣି ଏଥର ପରଦାକୁ ଆସୁଛନ୍ତି। ‘ବ୍ଲା‌କମେଲ୍’ର ଚର୍ଚ୍ଚିତ ଯୋଡ଼ି ଅର୍ଦ୍ଧେନ୍ଦୁ-ତମନ୍ନାଙ୍କୁ ପୁଣି ଏଥର ପୂଜା ସିଜିନ୍ ସିନେମାରେ ଦେଖିବାକୁ ମିଳିବ। ଏଥର ତାଙ୍କ ନୂଆ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଷଷ୍ଠରୁ ନଷ୍ଟ’। ‘ତୋଫା ଚାନ୍ଦନୀରେ ଯେବେ ଲାଗୁଥିଲା ତୋ ଦେହେ ଗେରୁଆ ରଙ୍ଗ’, ‘ହାଏ ତୋ ପ୍ରେମର ରଙ୍ଗୋଲି ରାତିରେ କଲା ଦିୱାଲି’ ଓ ‘ମାମୁନି ଲୋ ମାମୁନି… ବଉ ମାରିବ’ ଗୀତଦୃଶ୍ୟରେ ଅର୍ଦ୍ଧେନ୍ଦୁ ଦର୍ଶକଙ୍କୁ ଭରପୂର ମନୋରଂଜନ ଦେଇଥିଲେ। ଚଳଚ୍ଚିତ୍ର ‘ଅ ଆ ଇ’ ଓ ‘ଟପୋରୀ’ ପରେ ‘ବ୍ଲାକ୍‌ମେଲ୍‌’ ଓ ପରଦେଶୀ ଚଢ଼େଇ’ ଥିଲା ଅର୍ଦ୍ଧେନ୍ଦୁଙ୍କ ତୃତୀୟ ଓ ଚତୁର୍ଥ ସିନେମା।

ଦଶହରା ଅବସରରେ ଚଳଚ୍ଚିତ୍ର ‘ଷଷ୍ଠରୁ ନଷ୍ଟ’ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ‘ମୁଁ ପରଦେଶୀ ଚଢ଼େଇ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ସେ ପୁରସ୍କୃତ ହେଇଥିଲେ। ସାର୍ଥକ ଟିଭି ନିବେଦିତ ଓ କେ. ମୂରଲୀକ୍ରିଷ୍ଣା ନିର୍ଦ୍ଦେଶିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ସୂର୍ଯ୍ୟ ରଥ। ସଂଳାପ ରଚନା କରିଛନ୍ତି ଦୀପକ କୁମାର ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ।

ସମ୍ବନ୍ଧିତ ଖବର