ପ୍ରେମିକା ନତାଶାଙ୍କ ସହ ଲୁଚି ଲୁଚି ନିର୍ବନ୍ଧ କରି ସାରିଛନ୍ତି ବରୁଣ!

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଓ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କ ବିବାହ କେବେ ହେବ, ତାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ତେବେ ଖବର ମିଳୁଛି କି ଦୁହେଁ ୨୦୨୦ରେ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ବିବାହ ପୂର୍ବରୁ ଦୁହେଁ ଲୁଚି ଲୁଚି ନିର୍ବନ୍ଧ କରି ନେଇଥିବା ଖବର ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ପ୍ରଶଂସକଙ୍କ ମହଲରେ ଆଲୋଚନା ଆରମ୍ଭ ହୋଇ ଯାଇଛି ।

Image result for varun-dhawan-and-natasha-dalal
IndiaTV

ଟାଇମ୍ସ ଅଫ୍‌ ଇଣ୍ଡିଆ ଅନୁଯାୟୀ, ଦୁହେଁ ୨୦୧୮ରେ ପରିବାର ଲୋକଙ୍କ ଗହଣରେ ନିର୍ବନ୍ଧ କରି ନେଇଥିଲେ । ତେବେ ଏହି ଖବରରେ କେତେ ସତ୍ୟତା ରହିଛି ତାହା କେବଳ ବରୁଣ ଓ ନତାଶା ହିଁ କହି ପାରିବେ । ପୂର୍ବରୁ ବରୁଣ ବିବାହ ଚର୍ଚ୍ଚାକୁ ନେଇ, ଏମିତି ନୁହେଁ କି ମୁଁ ବିବାହ କରିବି ନାହିଁ । କିନ୍ତୁ ୨୦୧୯ରେ କରିବି ନାହିଁ । ଏବେ ଫିଲ୍ମ ପରେ ଫିଲ୍ମ ମୋ ପାଖରେ ଅଛି । ଯାହା ପାଇଁ ମୁଁ ବିବାହକୁ ସମୟ ଦେଇ ପାରିବି ନାହିଁ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର