ମୁମ୍ବାଇ: ବଲିଉଡର ହଟ୍ ହିରୋଇନ୍ ଜରିନ୍ ଖାନ୍ ପୁଣି ଚର୍ଚ୍ଚାରେ। ସେ ସଲମାନ୍ ଖାନଙ୍କ ବିପକ୍ଷରେ ‘ବୀର୍’ ଫିଲ୍ମରେ ନାୟିକା ସାଜି ବଲିଉଡରେ ଡେବ୍ୟୁ କରିଥିଲେ। ତା’ପରେ ସଲମାନଙ୍କ ଅଭିନୀତ ଫିଲ୍ମ ‘ରେଡି’ରେ କ୍ୟାରେକ୍ଟର ଢିଲା--ଆଇଟମ୍ ଗୀତରେ ବି ନଜର ଆସିଥିଲେ। ବିଶେଷ କରି ‘ଅକସର-୨’ରେ ବୋଲ୍ଡ ସିନ୍ ଦେଇ ଢେର ଚର୍ଚ୍ଚା ସାଉଁଟିଥିଲେ।
ହେଲେ ଏବେ ବଲିଉଡ୍ ନାୟିକା ଜରିନ୍ ଖାନ୍ ନିଜର ପୂର୍ବତନ ମ୍ୟାନେଜର ଅଂଜଳି ଅଥାଙ୍କ ବିରୋଧରେ ଥାନାରେ ଏତଲା ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଜରିନ୍ ଅଭିଯୋଗ କରିଛନ୍ତି ଅଂଜଳି ତାଙ୍କୁ ବଦନାମ କରିବା ଲାଗି ପ୍ରୟାସ କରୁଛନ୍ତି। ଜରିନ୍ଙ୍କ ଓକିଲ ରିଜ୍ଓ୍ଵାନ୍ ସିଦ୍ଦିକୀ ଏକଥାକୁ ସତ ବୋଲି ସ୍ୱୀକାର କରିବା ସହିତ ଅଂଜଳି ସବୁବେଳେ ଜରିନଙ୍କର ଚରିତ୍ର ସଂହାର କରୁଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ଅଂଜଳି ଓ ଜରିନଙ୍କ ମଧ୍ୟରେ ଆର୍ଥିକ ନେଣଦେଣ ଦେଇ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଦୁହେଁ ଖରାପ ମେସେଜ୍ ଦିଆନିଆ ହୋଇଥିଲେ। ଆଗରୁ ରିତିକ୍ ରୋଶନ୍ ଓ କଙ୍ଗନା ରାନାଓ୍ଵତଙ୍କର ମ୍ୟାନେଜର ଥିବା ବେଳେ ବି ଅଂଜଳି ବିବାଦରେ ଥିଲେ।