ତୁମେ କେବେ ବିବାହ କରିବ ମାଆ ବୋଲି ମଲାଇକାଙ୍କୁ ପ୍ରଶ୍ନ କଲେ ପୁଅ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ଓ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମ କାହାଣୀ ବିଷୟରେ ଆମେ ସମସ୍ତେ ଜାଣନ୍ତି। ସେ ଦୁହେଁ କେବେ ବିବାହ କରିବେ ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ। ତେବେ କେବଳ ପ୍ରଶଂସକଙ୍କ ନୁହଁନ୍ତି, ମଲାଇକାଙ୍କ ନିଜ ପୁଅ ବି ଏ ବିଷୟରେ ଜାଣିବାକୁ ଉତ୍ସୁକ।

 

 

View this post on Instagram

 

A post shared by dumb biryani (@dumbbbiryani)

ମଲାଇକାଙ୍କ ପୁଅ ଅରହାନଙ୍କ ଟକ୍ ସୋ ଦମ୍ ବିରିୟାନିରେ ମଲାଇକା ଆରୋରା ନୂତନ ଅତିଥିମାନଙ୍କ ମଧ୍ୟରୁ ଅନ୍ୟତମ ପାଲଟିଥିବା ବେଳେ ତାଙ୍କୁ ଏପରି ଏକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି।  ଚ୍ୟାନେଲର ଅଫିସିଆଲ୍ ପୃଷ୍ଠାରେ ଅରହାନ୍ ଭିଡିଓର ଏକ ଟିଜର ପୋଷ୍ଟ କରିଛନ୍ତି। ଭିଡିଓରେ ମଲାଇକା ଆରୋରା ତାଙ୍କ ପୁଅକୁ ପଚାରିଛନ୍ତି, “ତୁମେ ତୁମର କୁମାରତ୍ୱ (ଭଜିର୍ନିଟି) କେବେ ହରାଇଲ? ସେ ଉତ୍ତର ଦିଅନ୍ତି, “ୱୋ।” ଏହାପରେ ଅରହାନ ତାଙ୍କ ମାଙ୍କୁ କୁହନ୍ତି, “ତୁମେ ଜଣେ ସାମାଜିକ ବ୍ୟକ୍ତିତ୍ବ, ମୁଁ ନୁହେଁ”। ମଲାଇକା କ୍ଲିପ୍‌ରେ ଉତ୍ତର ଦେଇଛନ୍ତି, “ମୋତେ କେବଳ ଏକ ସଚ୍ଚୋଟ ଉତ୍ତର ଦିଅ। ମୋତେ ଉତ୍ତର ଦିଅ”। ମଲାଇକା ଜିଦ୍ ଧରିବା ପରେ ଆରହାନ ମଲାଇକାଙ୍କୁ ପଚାରିଛନ୍ତି “ମା, ମୋତେ ତୁମେ କୁହ କେବେ ବିବାହ କରିବ ମୋର ପରବର୍ତ୍ତୀ ପ୍ରଶ୍ନ?” ତେବେ ବାସ୍ତବରେ ମଲାଇକା କେବେ ବିବାହ କରିବେ ତାହା ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର