କୋଲକତା: କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ସେମିନାର ହଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଦେଶବାସୀ ପୀଡ଼ିତା ତଥା ପୀଡ଼ିତା ପରିବାରକୁ ନ୍ୟାୟ ଦାବି କରିଛନ୍ତି।

Advertisment

ଏହି କ୍ରମରେ କଣ୍ଠଶିଳ୍ପୀ ଅରିଜିତ ସିଂହଙ୍କ କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ସେମିନାର ହଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ଗୀତ ମାଧ୍ୟମରେ ନ୍ୟାୟ ଦାବି କରିଛନ୍ତି। 

ଅରିଜିତ ଗାଇଥିବା ଗୀତର ଶୀର୍ଷକ ରହିଛି ‘ଆର କୋବେ’। ଅର୍ଥାତ କେବେ ଶେଷ ହେବ। ଏହି ଗୀତକୁ ଅରଜିତ ନିଜେ ଗାଇବା ସହିତ ଲେଖିଛନ୍ତି ଓ କମ୍ପୋଜ ବି କରିଛନ୍ତି। ଏହି ଗୀତକୁ କଣ୍ଠଶିଳ୍ପୀ ନିଜ ୟୁଟ୍ୟୁବ ଚାନେଲରେ ‌ସେୟାର ବି କରିଛନ୍ତି। ଯାହାକୁ ଲୋକେ ବହୁମାତ୍ରାରେ ପସନ୍ଦ କରୁଛନ୍ତି।

ତିନିମିନିଟର ‘ଆର କୋବେ’ ଗୀତକୁ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠୁଛି। ଗୀତରୁ ଜଣାପଡ଼ିଛି କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ସେମିନାର ହଲରେ ଟ୍ରେନି ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ଘଟଣାରେ ଅରିଜିତ କେତେ ଦୁଃଖୀତ।

ଏହି ଗୀତ ୟୁଟ୍ୟୁବରେ ପୋଷ୍ଟ ହେବାପ‌ରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅରିଜିତଙ୍କ ସମର୍ଥନ କରି ଭିଡିଓକୁ ସେୟାର କରି ପୀଡ଼ିତ ତଥା ପୀଡ଼ିତ ପରିବାରକୁ ଯଥାଶୀଘ୍ର ନ୍ୟାୟ ଦାବି କରିଛନ୍ତି। 

ଏହି ଘଟଣାରେ ସାମିଲ ଥିବା ଦୁଷ୍କର୍ମକାରୀ ସଞ୍ଜୟ ରଏକୁ ଗିରଫ କରାଯାଇଛି। ସିବିଆଇ ତଦନ୍ତ ଜାରି ରଖିଛି।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଟ୍ରେନି ମହିଳା ଡାକ୍ତରଙ୍କୁ ସେମିନାର ହଲରେ ଦୁଷ୍କର୍ମ କରିବା ଦିନ ସଞ୍ଜୟ ରାଏ ତାର ଜ‌ଣେ ସାଙ୍ଗ ସହିତ ରେଡ ଲାଇଟ ଏରିଆ ସୋନାଗାଛି ଓ କାଲିଘାଟ ଯାଇଥିଲା। ସେଠାରୁ ଫେରିବା ପରେ ସେ ଏଭଳି ଏକ ଲୋମଟାଙ୍କୁରା କାଣ୍ଡ ଘଟାଇଥିଲା। ଯାହାକି ସମ୍ପୂର୍ଣ୍ଣ ଦେଶକୁ ଦୋହଲାଇ ଦେଇଛି। ଡାକ୍ତରମାନେ ନିଜର ସୁରକ୍ଷା ଦାବି ନେଇ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଏହି ଘଟଣାକୁ ସରକାର ଗମ୍ଭୀରତା ସହ ନେଇଛନ୍ତି।

 ଅଧିକପଢ଼ନ୍ତୁ ଅମ୍ବାନୀଙ୍କ ବଡ ଘୋଷଣା: ଏଆଇ କ୍ଲାଉଡ଼ ଅଫରରେ ମିଳିବ ୧୦୦ ଜିବି ଷ୍ଟୋରେଜ କ୍ଷମତା