ପୁଣି ଏହି ନାୟକଙ୍କ ଇଶ୍କରେ ଏଲିନା !

ଭୁବନେଶ୍ୱର: ଏବେ ଓଲିଉଡରେ ସବୁଠାରୁ ବ୍ୟସ୍ତ ନାୟିକା କିଏ ବୋଲି ପ୍ରଶ୍ନ କଲେ, ନିଶ୍ଚିତ ଭାବେ ଉତ୍ତର ମିଳିବ ଗୋଟିଏ ନାଆଁ। ଏହି ନାଆଁ ଟି ହେଲା ଏଲିନା ସାମନ୍ତରାୟ। ହଁ ଏଲିନାଙ୍କ ହାତରେ ଫିଲ୍ମ ପରେ ଫିଲ୍ମର ଅଫର୍‌।

ଏଇ ଦେଖୁନାହାନ୍ତି, ଏ ବର୍ଷର ପ୍ରଥମ ଆଠ ମାସ ଭିତରେ ଏଲିନାଙ୍କର ତିନି ତିନିଟା ଓଡ଼ିଆ ସିନେମା ରିଲିଜ୍‌ ହୋଇସାରିଲାଣି , ଯାହା ଅନ୍ୟ କୌଣସି ଟପ୍‌ ହିରୋଇନଙ୍କ କ୍ଷେତ୍ରରେ ତାହା ଘଟି ନାହିଁ। ହଁ ଏଲିନାଙ୍କ ଅଭିନୀତ, ‘ହାପି ଲକି’,‘ଫୋର୍‌ ଇଡିଅଟ୍‌ସ’ ଓ ‘ଟୋକାଟା ଫସିଗଲା’ ମୁକ୍ତିଲାଭ କରିଛି।

ଏବେ ଏଲିନାଙ୍କ ନୂଆ ସିନେମା ‘ଇଶ୍କ ପୁଣି ଥରେ’ ରିଲିଜ୍‌ ହେଉଛି। ରତ୍ନା ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାରେ ଏଲିନାଙ୍କୁ ମିଳିଛି ପୁଣି ଏକ ମନପସନ୍ଦର ଭୂମିକା।

ଏଲିନାଙ୍କ ଅନୁଯାୟୀ ଏଥିରେ ତାଙ୍କ ଚରିତ୍ରଟି ଏକଦମ୍‌ ରୋମାଣ୍ଟିକ୍‌। ଜଣେ ଯୁବତୀ ଯେଉଁ ଭଳି ସୁନ୍ଦର ଯୁବକଙ୍କୁ ନିଜର ଜୀବନ ସାଥୀ ବା ମନର ମଣିଷ ଭାବେ ଗ୍ରହଣ କରିବାକୁ ଚାହେଁ। ସେଭଳି ଯୁବକ ତାଙ୍କୁ ମିଳିଯାଇଛନ୍ତି। ଜଣେ ହ୍ୟାଣ୍ଡସମ୍‌ ଯୁବକର ପ୍ରେମରେ ପଡିଲା ପରେ ଯୁବତୀର ଜୀବନରେ କିଭଳି ସବୁ ଘଟଣା ଘଟେ, ତାହା ସିନେମାର ମୁଖ୍ୟ ପ୍ରସଙ୍ଗ।

ତେବେ ଏହି ସିନେମାରେ ଅରିନ୍ଦମ୍‌ ଓ ଏଲିନାଙ୍କ ରୋମାନ୍ସ ସାଙ୍ଗକୁ ଜବରଦସ୍ତ ଆକ୍ସନ ଓ କମେଡି ଅଛି । ଏଥିରେ ବବି ମିଶ୍ର ଅଛନ୍ତି ଖଳନାୟକ ଭୂମିକାରେ। ଏହାର ନିର୍ଦ୍ଦେଶକ ହେଲେ ଜ୍ୟୋତି ଦାସ। ପ୍ରକାରାନ୍ତରେ କହିବାକୁ ଗଲେ ଅରିନ୍ଦମଙ୍କ ପ୍ରେମରେ ପୁଣି ପଡ଼ିଛନ୍ତି ଏଲିନା। ‘ଇଶ୍କ ତୁ ହି ତୁ’ ସିନେମାରେ ଏଲିନା ସାଜିଥିଲେ ଜଣେ ମୁସଲିମ୍‌ ଯୁବତୀ ,ଆଉ ଅରିନ୍ଦମ୍‌ ହିନ୍ଦୁ ଯୁବକ। କିନ୍ତୁ ଏଥର କାହାଣୀ ଟିକେ ଅଲଗା। ପୁଣି ଥରେ ଅରିନ୍ଦମ୍‌- ଏଲିନା ଯୋଡିକୁ ଦର୍ଶକ ପସନ୍ଦ କରୁଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର