ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ଅରିନ୍ଦମ ଅଧିକଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ସେ ପ୍ରଶାନ୍ତ ନନ୍ଦଙ୍କଠାରୁ ଆରମ୍ଭ କରି ହର ପଟ୍ଟନାୟକ, ହିମାଂଶୁ ପରିଜା, ସଞ୍ଜୟ ନାୟକ, ଅବତାର ସିଂହ, ସୁଧାଂଶୁମୋହନ ସାହୁ, ଅଶୋକ ପତି, ତାପସ ସରଘରିଆ ଓ ଜ୍ୟୋତି ଦାସଙ୍କ ପରି ଚର୍ଚ୍ଚିତ ନିର୍ଦ୍ଦେଶକଙ୍କ ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ଏଯାଏ କେତେଜଣ ନିର୍ଦ୍ଦେଶକଙ୍କ ସହ ଅରିନ୍ଦମ କାମ କରିବାର ସୁଯୋଗ ପାଇନାହାନ୍ତି। ଏହି ନିର୍ଦ୍ଦେଶକ ବି ଏଯାଏଁ ଅରିନ୍ଦମଙ୍କୁ ନିର୍ଦ୍ଦେଶନା ଦେବାର ସୌଭାଗ୍ୟ ପ୍ରାପ୍ତ କରିନାହାନ୍ତି।

Advertisment

publive-image
ଏଠାରେ ଯେଉଁ ନିର୍ଦ୍ଦେଶକଙ୍କ କଥା କୁହାଯାଉଛି, ସେ ହେଲେ ବସନ୍ତ ସାହୁ। ହଁ ସେ ଏଯାବତ୍ ୨୦ରୁ ଅଧିକ ସିନେମାର ନିର୍ଦେଶନା ଦେଇସାରିଲେଣି, ହେଲେ ଏଥିଭିତରୁ କୌଣସି ଗୋଟିକରେ ଅରିନ୍ଦମ ନାୟକ ଭୂମିକା ନିଭାଇନାହାନ୍ତି। ବସନ୍ତ ସାହୁଙ୍କ ନିର୍ଦେଶିତ ଓଡ଼ିଆ ଛବି ମଧ୍ୟରେ ରହିଛି, କି ହେବ ଶୁଆ ପୋଷିଲେ, ଗଢ଼ି ଜାଣିଲେ ଘର ସୁନ୍ଦର, ସୌଭାଗ୍ୟବତୀ, କଳାମାଣିକ, ରକତ ଚିହ୍ନିଛି ନିଜର କିଏ, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଶାଶୁ ଘର ଚାଲିଯିବି, ସତ୍ୟମେବ ଜୟତେ, ଚାନ୍ଦିନୀ ଆଇ ମିସ୍ ୟୁ, ପିଲାଟା ବିଗିଡ଼ିଗଲା, ସେଲଫିସ୍ ଦିଲ୍ ଓ ବାଏବାଏ ଦୁବାଇ ଆଦି।
ଅରିନ୍ଦମ ୨୦୦୬ରେ ମୁକ୍ତିଲାଭ କରିଥିବା ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ପ୍ରେମ ଋତୁ ଆସିଲାରେ’ ସିନେମା ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ତାପରେ ସେ ପଛକୁ ଫେରି ଚାହିଁନାହାନ୍ତି।
ଏଣେ ନିର୍ଦ୍ଦେଶକ ବସନ୍ତ ସାହୁ ଉତ୍ତମ ମହାନ୍ତି, ସିଦ୍ଧାନ୍ତ, ଅନୁଭବ, ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଆକାଶ ଓ ଶ୍ରେୟାନଙ୍କ ଭଳି ନାୟକଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି।