ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି

ଓଲିଉଡର ଅନେକ ଯୋଡ଼ି ସେମାନଙ୍କ ପ୍ରଥମ ସିନେମାରେ ବକ୍ସ ଅଫିସରେ ହଙ୍ଗାମା କରିଛନ୍ତି । ଏମାନଙ୍କ ଭିତରୁ କେଉଁ ନାୟିକାଙ୍କ ସହ ଅରିନ୍ଦମ ପ୍ରଥମ ସିନେମାରେ ହିଟ୍ ଯୋଡି  ବନାଇଛନ୍ତି  ଆସନ୍ତୁ ତାହା ଜାଣିବା  ..

ଅରିନ୍ଦମ୍‌-ନମ୍ରତା:ଅରିନ୍ଦମ୍‌-ନମ୍ରତା ଯୋଡିର ପ୍ରଥମ ସିନେମା ହେଲା ‘ ପ୍ରେମ ଋତୁ ଆସିଲାରେ’ । ଏହା ଅରିନ୍ଦମ୍‌ଙ୍କର ଡେବ୍ୟୁ ଫିଲ୍ମ ଥିଲା । ଏହି ଫିଲ୍ମ ସୁପରହିଟ୍‌ ହେବା ପରେ ଅରିନ୍ଦମ୍‌-ନମ୍ରତାଙ୍କ ଯୋଡିକୁ ଦର୍ଶକ ‘ ମୁଁ ତତେ ଲଭ୍‌ କରୁଛି’ ଓ ‘ ମିତରେ ମିତ’ ରେ ଦେଖିବାକୁ ପାଇଛନ୍ତି ।

ଅରିନ୍ଦମ୍‌-ଅର୍ଚ୍ଚିତା: ‘ ତୋ ପାଇଁ ନେବି ମୁଁ ଶହେ ଜନମ’ ଥିଲା ଅରିନ୍ଦମ୍‌-ଅର୍ଚ୍ଚିତା ଯୋଡ଼ିଙ୍କର ପ୍ରଥମ ସିନେମା । ଏହା ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା । ପରେ ଉଭୟଙ୍କୁ ‘ ମୁଁ ସପନର ସୌଦାଗର’ ‘ ରଜା ଝିଅ ସଙ୍ଗେ ହୋଇଗଲା ଭାବ’ ଓ ‘ ଶିବା ନଟ୍‌ ଆଉଟ୍‌’ ରେ ଦେଖିବାକୁ ମିଳିଛି ।

ଅରିନ୍ଦମ୍‌-ବର୍ଷା ପ୍ରିୟଦର୍ଶିନୀ: ଅରିନ୍ଦମ୍‌ ଓ ବର୍ଷା ପ୍ରିୟଦର୍ଶିନୀ ଯୋଡିଙ୍କ ର ପ୍ରଥମ ସିନେମା ହେଲା ଏନ୍‌.ପାଢୀଙ୍କ ନିର୍ଦ୍ଦେଶିତ ‘ ଏ ମନ ମାନେନା ’ । ପ୍ରଥମ ସିନେମା ହିଟ୍‌ ହେବା ପରେ ଏହି ଯୋଡ଼ି ହିଟ୍‌ ଯୋଡ଼ିର ମାନ୍ୟତା ପାଇଥିଲେ । ପରେ ଏହି ଯୋଡି ‘ ପର୍ଶୁରାମ ’ ଓ ‘ ରୋମିଓ- ଜୁଲିଅଟ୍‌’ ଭଳି ଓଡ଼ିଆ ଛବିରେ ନଜର ଆସିଛନ୍ତି ।

 

ସମ୍ବନ୍ଧିତ ଖବର