ବଙ୍ଗଳା ଛବିରେ ଏହି ଓଲିଡଡ୍‌ ନାୟିକାଙ୍କ ସାଥ୍‌ ପାଇଥିଲେ ଅରିନ୍ଦମ

ଭୁବନେଶ୍ୱର: ଓଲିଉଡ୍‌ର ଟପ୍‌ ହିରୋ ଅରିନ୍ଦମ ଅଧିକାଂଶ ଆଗ ଧାଡ଼ିର ନାୟିକାଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନସ୍‌ କରିବାର ସୁଯୋଗ ପାଇଛନ୍ତି । ଏମାନଙ୍କ ମଧ୍ୟରେ ଅନୁ ଚୌଧୁରୀ,ଅର୍ଚ୍ଚିତା ,ବର୍ଷା ପ୍ରିୟଦର୍ଶିନୀ,ପ୍ରିୟା ,ରୀୟା ଦେ ,ଶୀତଲ ଏବଂ ଏଲିନା ଆଦି ଅଛନ୍ତି । ଏମାନଙ୍କୁ ବାଦ୍‌ ଦୋଲେ ସେ ଆଉ ଜଣେ ନାୟିକାଙ୍କ ସାଥ୍‌ ପାଇଛନ୍ତି ହେଲେ ଓଡ଼ିଆ ସିନେମାରେ ନୁହେଁ ବରଂ ବଙ୍ଗଳା ଛବିରେ ।

ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି ସେ ହେଲେ ଶ୍ରୀୟା ଝା । ତାଙ୍କୁ ଓଡ଼ିଆ ଦର୍ଶକ ‘ଶତ୍ରୁସଂହାର’ ,‘ଆମ ଭିତରେ କିଛି ଅଛି’ ଏବଂ‘ଲୁଚକାଳି’ ପରି ସିନେମାରେ ଦେଖିବାକୁ ପାଇଛନ୍ତି । ‘ଶତ୍ରୁସଂହାର’ ରେ ଶ୍ରୀୟା ଆକାଶଙ୍କ ବିପକ୍ଷରେ , ,‘ଆମ ଭିତରେ କିଛି ଅଛି’ ରେ ଅନୁଭବଙ୍କ ସହ ଏବଂ‘ଲୁଚକାଳି’ ରେ ବାବୁସାନଙ୍କ ବିପକ୍ଷରେ ନଜର ଆସିଥିଲେ । ହେଲେ ଅରିନ୍ଦମ୍‌ଙ୍କ ଅପୋଜିଟ୍‌ରେ କୌଣସି ବି ଗୋଟିଏ ଓଡ଼ିଆ ଛବିରେ ସୁଯୋଗ ପାଇନାହାନ୍ତି ଶ୍ରୀୟା ।

ଅବଶ୍ୟ ଏକ ବଙ୍ଗଳା ଛବିରେ ଏହି ଓଲିଡଡ୍‌ ନାୟିକାଙ୍କ ସହ ରୋମାନସ କରିଛନ୍ତି  ଅରିନ୍ଦମ । ଉକ୍ତ ବଙ୍ଗଳା ଛବି ହେଲା ତୋମାର ଜନୋ । ଜି ମୋସନ୍‌ ପିକଚର୍ସ ପ୍ରଯୋଜିତ ତଥା ନିରଞ୍ଜନ ବାନାର୍ଜୀଙ୍କ ନିର୍ଦ୍ଦେଶିତ ଏହି ସିନେମା୨୦୦୮ରେ ମୁକ୍ତିଲାଭ କରିଥିଲା ।

ସମ୍ବନ୍ଧିତ ଖବର