ନୂଆ ରୂପରେ ଫେରୁଛନ୍ତି ଓଲିଉଡର ଆକ୍ସନ ହିରୋ ଅରିନ୍ଦମ

ଭୁବନେଶ୍ବର:୨୦୧୯ର ଆଠ ମାସ ବିତିଯାଇଥିଲେ ହେଁ ଓଲିଉଡର ଆକ୍ସନ ହିରୋ ଅରିନ୍ଦମଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ପାଇ ନାହାନ୍ତି ସିନେପ୍ରେମୀ। ତେବେ ଅରିନ୍ଦମ ଏକ ନୂଆ ରୂପରେ ପରଦାକୁ ଫେରୁଛନ୍ତି।

ଅରିନ୍ଦମ୍‌ ଏବେ ‘ବାବୁ ଭାଇଜାନ୍‌’ଭାବେ ପରଦାକୁ ଆସୁଛନ୍ତି। ହଁ ସେ ‘ବାବୁ ଭାଇଜାନ୍‌’ ଫିଲ୍ମର ଟାଇଟଲ୍‌ ରୋଲରେ ଅଛନ୍ତି।  ନିକଟରେ  ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି।

‘ବାବୁ ଭାଇଜାନ୍‌’ରେ ଅରିନ୍ଦମ୍‌ଙ୍କ ବିପକ୍ଷରେ ଶିବାନୀଙ୍କୁ ଦେଖିବାକୁ ମିଳିବ। ଏହା ହେବ ଅରିନ୍ଦମ୍‌ -ଶିବାନୀ ଯୋଡ଼ିଙ୍କର ପ୍ରଥମ ସିନେମା। ଶିବାନୀ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜି ‘ସିଷ୍ଟର ଶ୍ରୀଦେବୀ’ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ଶିବାନୀଙ୍କୁ ଦର୍ଶକ ଅନୁଭବଙ୍କ ସହ ‘ପ୍ରେମ କୁମାର’ ଫିଲ୍ମରେ ଦେଖିବାକୁ ପାଇଥିଲେ।

ଅରିନ୍ଦମ୍‌-ଶିବାନୀଙ୍କ ବ୍ୟତୀତ ଏହି ସିନେମାରେ ମିହିର ଦାସଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହାର ପ୍ରଯୋଜନା କରୁଛନ୍ତି ସନ୍ତୋଷ ନାରାୟଣ ଦାଶ। ଏହାର ସଂଳାପ ଲେଖିଛନ୍ତି ସନ୍ତୋଷ ନାରାୟଣ ଦାଶ ଓ ଦେବୀଦତ୍ତ ମହାନ୍ତି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ମଳୟ ମିଶ୍ର। ଜଣାଶୁଣା ନିର୍ଦ୍ଦେଶକ ତାପସ ସରଘରିଆ ‘ବାବୁ ଭାଇଜାନ୍‌’ର ନିର୍ଦ୍ଦେଶନା ଦେଉଛନ୍ତି।

 

ସମ୍ବନ୍ଧିତ ଖବର