ଥରେ ମାତ୍ର ଏକାଠି ହୋଇଛନ୍ତି ଓଲିଉଡର ଏ ଦୁଇ ଲୋକପ୍ରିୟ ନାୟକ

ଭୁବନେଶ୍ୱର: ଓଲିଉଡର ଦୁଇ ଲୋକପ୍ରିୟ ନାୟକ ହେଲେ ଆକସନ୍‌ ବୟ ଅରିନ୍ଦମ୍‌ ଏବଂ ସୋବର୍‌ ବୟ ସବ୍ୟସାଚୀ । ଏ ଦୁଇ କଳାକାରଙ୍କ ମଧ୍ୟରୁ ସବ୍ୟସାଚୀଙ୍କ ଡେବ୍ୟୁ ନିର୍ଦ୍ଦେଶକ ଜଣକ ହେଲେ ହର ପଟ୍ଟନାୟକ । ସବ୍ୟସାଚୀଙ୍କ ପ୍ରଥମ ଫିଲ୍ମ ହେଲା ‘ପାଗଳପ୍ରେମୀ’ ଏବଂ ଅରିନ୍ଦମ୍‌ଙ୍କ ଡେବ୍ୟୁ ମୁଭି ହେଲା ‘ପ୍ରେମ ଋତୁ ଆସିଲାରେ’ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁମୋହନ ସାହୁ। ଏହାପରେ ସେ ଦୁହେଁ ଓଲିଉଡରେ ବେଶ୍‌ ସଫଳତା ଏବଂ ଲୋକପ୍ରିୟତା ସାଉଁଟିଛନ୍ତି ।

ତେବେ ଆପଣ ଜାଣନ୍ତି କି ଏ ଦୁଇ ନାମୀ ହିରୋ ଗୋଟିଏ ମାତ୍ର ଓଡ଼ିଆ ସିନେମାରେ ଏକାଠି କାମ କରିଛନ୍ତି । ତାହା ହେଲା ପ୍ରଯୋଜକ ଶାରଦା ପ୍ରସନ୍ନ ପଣ୍ଡା ଏବଂ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ‘ମୁଁ ସପନର ସୌଦାଗର ’ । ସତ କହିବାକୁ ଗଲେ ଏହି ଦୁଇ ଷ୍ଟାରଙ୍କୁ ଏକାଠି କରିବାର କ୍ରେଡିଟ୍‌ ମିଳିବ ମୃତ୍ୟୁସଞ୍ଜୟ ନାୟକଙ୍କୁ । ଏଥିରେ ଅରିନ୍ଦମ୍‌ ଥିଲେ ହିରୋ ଏବଂ ସବ୍ୟସାଚୀ ବନିଥିଲେ ଆଣ୍ଟି ହିରୋ । ଏହି ସିନେମାରେ ନାୟିକା ଭୂମିକାରେ ନଜର ଆସିଥିଲେ ଅର୍ଚ୍ଚିତା। ଏହି ଫିଲ୍ମଟିକୁ ବିଶେଷ ସଫଳତା ଅବଶ୍ୟ ମିଳିଥିଲା କିନ୍ତୁ ଏହାପରେ ଅନ୍ୟ କେହି ପ୍ରଯୋଜକ ଏ ଦୁଇ ତାରକାଙ୍କୁ ଏକାଠି କରି ନାହାନ୍ତି । ‘ମୁଁ ସପନର ସୌଦାଗର’ ଜରିଆରେୁ ସଞ୍ଜୟ ନାୟକଙ୍କ ଶିବିରରେ ପ୍ରବେଶ କରିଥିଲେ ସବ୍ୟସାଚୀ। ଅପରପକ୍ଷରେ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ସହ ଏହା ଅରିନ୍ଦମଙ୍କର ଦ୍ୱିତୀୟ ସିନେମା ଥିଲା। ପୂର୍ବରୁ ସେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ତୋ’ ପାଇଁ ନେବି ମୁଁ ଶହେ ଜନମ’ରେ ନାୟକ ଭୂମିକାରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର