ଭୁବନେଶ୍ୱର: ଶିଶୁ କଳାକାରରୁ ନାୟିକା ବନିଥିବାନାୟିକାଙ୍କ ଭିତରୁ ଜଣେ ହେଲେ ଶିବାନୀ ।ତାଙ୍କୁ ଇତି ମଧ୍ୟରେ ଦୁଇଟି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି। ଏହି ଦୁଇଟି ସିନେମା ହେଲା ‘ସିଷ୍ଟର ଶ୍ରୀଦେବୀ’ ଏବଂ ‘ପ୍ରେମ କୁମାର’। ନାୟିକା ଭାବେ ଶିବାନୀଙ୍କ ପ୍ରଥମ ଓଡ଼ିଆ ଛବି ହେଲା ‘ସିଷ୍ଟର ଶ୍ରୀଦେବୀ’।ଏଥିରେ ବାବୁସାନ୍ଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ଶିବାନୀ। ଏହାପରେ ଶିବାନୀ ଅନୁଭବଙ୍କ ବିପକ୍ଷରେ ‘ପ୍ରେମ କୁମାର’ରେ ଦେଖାଦେଇଥିଲେ।ଏବେ ଶିବାନୀଙ୍କର ଅନ୍ୟ ଏକ ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ଏହାର ଟାଇଟଲ୍ ହେଲା ‘ଦିଲ୍ ମୋର ମାନେନା’। ଏହି ରୋମାଣ୍ଟିକ୍ ଫିଲ୍ମରେ ଶିବାନୀଙ୍କ ନାୟକ ହେଲେ ସ୍ୱରାଜ।
ବାବୁସାନ୍,ଅନୁଭବ ଏବଂ ସ୍ୱରାଜଙ୍କ ପରେ ଏବେ ପ୍ରଥମ ଥରଲାଗି ଆଉ ଜଣେ ଟପ୍ ନାୟକଙ୍କ ସହ ପରଦାକୁ ଆସିବେ । ଏହି ନାୟକ ଜଣକ ହେଲେ ଅରିନ୍ଦମ୍। ପ୍ରଥମ ଥର ପାଇଁ ଦର୍ଶକ ଅରିନ୍ଦମ୍-ଶିବାନୀଙ୍କ ଯୋଡିକୁ ଦେଖିବାକୁ ଯେଉଁ ସିନେମାରେ ଦେଖିବାକୁ ପାଇବେ ତାର ଟାଇଟଲ ହେଲା
‘ଭାଇ’। ‘ଭାଇ’ର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ।ଏଥିରେି ବରିଷ୍ଠ ଅଭିନେତା ମିହିର ଦାସ ବି ଅଭିନୟ କରୁଛନ୍ତି। ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାଶ। ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ। ଏହି ସିନେମାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ।