ଦୂରଦର୍ଶନରେ ପୁନଃ ପ୍ରସାରିତ ଧାରାବାହିକ ‘ରାମାୟଣ’ ଏବେ ବି ସେଇ ଲୋକପ୍ରିୟତା ବଜାୟ ରଖିଛି। ତେବେ ଏଥିରେ ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ଏହି ଅଭିନୟ ସମୟର ଏକ ଅଭିଜ୍ଞତାକୁ ସେୟାର କରି କହିଛନ୍ତି, ସେତେବେଳେ ମତେ ଅନେକ ସତସତିକା ଭଗବାନ ମାନିନେଇଥିଲେ। ଯେତେବେଳେ ସେ କେଉଁଠିକୁ ଯାଉଥିଲେ, ଲୋକେ ତାଙ୍କ ସାମ୍ନାରେ ହାତ ଯୋଡ଼ି ଛିଡ଼ା ହେଇଯାଉଥିଲେ। ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଅରୁଣ ପୁରୁଣା ଦିନର ଏକ ଅବିସ୍ମରଣୀୟ ଦିନକୁ ମନେ ପକାଇ କହିଥିଲେ, ଯେତେବେଳେ ସେ ସୁଟିଂ ସେଟ୍ରେ ବସିଥିଲେ ସେତେବେଳେ ଜଣେ ମହିଳା ସେଠାକୁ ଅସିଥିଲେ। ସେଠାରେ ଲୋକଙ୍କୁ ପଚାରୁଥିଲେ ଶ୍ରୀରାମ କେଉଁଠି ଅଛନ୍ତି। ଲୋକେ ସେ ମହିଳାଙ୍କୁ ମୋ ପାଖକୁ ପଠାଇଦେଲେ। ମହିଳା ଜଣକ ମୋ ପାଖରେ ପହଞ୍ଚିବା କ୍ଷଣି ପ୍ରଥମେ କିଛି କ୍ଷଣ ମତେ ଚାହିଁଥିଲେ। ପରେ ସେ ନିଜ ପିଲାକୁ ମୋ ପାଦ ତଳେ ରଖିଦେଇ ମତେ କହିଲେ, ମୋ ପିଲାର ଦେହ ବହୁତ ଖରାପ ଅଛି, ୟାକୁ ବଞ୍ଚେଇଦିଅ। ଅରୁଣ ମହିଳାଙ୍କୁ କହିଲେ, ଆପଣ ପିଲାକୁ ଡାକ୍ତର ପାଖକୁ ନେଇକି ଯାଆନ୍ତୁ। ମୁଁ ତାଙ୍କୁ କିଛି ପଇସା ବି ଦେବା ପରେ ସେ ସେଠାରୁ ଯାଇଥିଲେ। ମୁଁ ବି ସେଇ କୁନି ପିଲାଟି କିପରି ଭଲ ହେଇଯାଉ ପ୍ରାର୍ଥନା କରୁଥିଲି। କିଛିଦିନ ପରେ ସେଇ ମହିଳା ଜଣକ ପୁଣି ମୋ ପାଖକୁ ଆସିଥିଲେ। ସେତେବେଳେ ତାଙ୍କ ପିଲା ସୁସ୍ଥ ଥିଲା। ସେଇ ମୁହୂର୍ତରେ ମତେ ଲାଗିଥିଲା ଯେ ଭାଗବାନଙ୍କୁ ଯଦି କିଛି ବି ମଗାଯାଏ ତେବେ ସେ ତାହା ନିଶ୍ଚିତ ପୂରା କରନ୍ତି।
ରାମାୟଣ ସୁଟିଂ ସେଟ୍ରେ ଜଣେ ମହିଳା ତାଙ୍କ ପିଲାକୁ ଆଣି ଭଲ କରିଦିଅ ବୋଲି କହିଥିଲେ
/sambad/media/post_attachments/wp-content/uploads/2020/04/arjun.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)